ସୁନା ଚୋରି କରିଥିବା ଆସାମୀକୁ ଗିରଫ କଲା ପୋଲିସ

ମାଲକାନଗିରି, ୧୯।୯: ସୁନା ଚୋରି କରିଥିବା ଆସାମୀକୁ ମାଲକାନଗିରି ପୋଲିସ ଗିରଫ କରିଛନ୍ତି। ଏ ସମ୍ବନ୍ଧରେ ମାଲକାନଗିରି ଥାନା ଭାରପ୍ରାପ୍ତ ଅଧିକାରୀ ରିଗାନ କିଣ୍ଡୋ ଦେଇଥିବା ସୁଚନା ଅନୁଯାୟୀ ଗତ ତା. ୦୨.୦୯.୨୦୨୪ ତାରିଖ ଦିନ ମାଲକାନଗିରି ବ୍ଲକ ପରଜାଗୁଡା ଗ୍ରାମର ଅଜୟ କୁମାର ବିଶ୍ୱାସ ନାମକ ବ୍ୟକ୍ତି ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ଗତ ତା. ୦୧.୦୯.୨୦୨୪ ରିଖ ଦିନ ଅଜୟ ଓ ତାଙ୍କ ପରିବାର ବର୍ଗ ଏମ୍‌.ଭି. ୭ ଗ୍ରାମକୁ ଯାଇଥିବା ବେଳେ ଉକ୍ତ ରାତିରେ ତାଙ୍କ ଘର ସମ୍ମୁଖ ଗେଟ ଚାବି ଭାଙ୍ଗି ଘର ଭିତରେ ପସି ଚୋରି ହୋଇଥିଲା। ତେବେ ଶ୍ରୀ ବିଶ୍ୱାସ ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ କରି ଏମ୍‌.ଭି. ୧୧ ଗ୍ରାମର ଶଙ୍କର ମଜୁମଦାରଙ୍କୁ ଗିରଫ କରିଥିଲେ। ପରେ ତାଙ୍କୁ ପଚରାଉଚୁରା କରିବାରୁ ଏହି ଚୋରି କରିଥିବା ସୁନା ମଧ୍ୟରୁ କିଛି ସୁନା ବ୍ୟାଙ୍କରେ ରଖିଥିବା ବେଳେ କିଛି ସୁନା ନିଜ ଘରେ ରଖିଥିଲେ ବୋଲି ସ୍ୱୀକାର କରିଥିଲେ। ଏ ସମ୍ବନ୍ଧରେ ପୋଲିସ ସୁନାକୁ ଜବତ କରିବା ସହ ଥାନା କେଶ ନଂ ୨୦୭/୨୪ ପ୍ରକାରେ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.