ଯୁବ ମେକାନିକଙ୍କ ପରଲୋକ

କଟକ,(ନୃସିଂହ ଚରଣ ଦାସ): କିଡନୀ ରୋଗରେ ଯୁବ ମେକାନିକଙ୍କ ବୁଧବାର ପରାଲୋକ ହୋଇଯାଇଛି । ଯୁବ ମେକାନିକ ଉଦୟନାଥ ଭୂୟାଁ କିଛି ଦିନ ହେଲା କଟକ ବଡ଼ ମେଡ଼ିକାଲରେ ଚିକିସ୍ଥିତ ହେଉଥିଲେ। ମୃତକଙ୍କ ଘର ସାଲେପୁର ବ୍ଲକ୍ ରାଇସୁଙ୍ଗୁଡ଼ା ପଂଚାୟତ ଧୂଆଁସାହି(ଭୂୟାଁ ସାହି)ର ବାସିନ୍ଦା ଅଟନ୍ତି । ସେ ରାଇସୁଗୁଡ଼ା ବଜାରରେ ଦୀର୍ଘବର୍ଷ ଧରି ଟିଭି ଓ ରେଡ଼ିଓ ମରାମତି ଦୋକାନ କରିଥିଲେ। ସେ ମଧ୍ଯ ପୁର୍ବରୁ ୱାର୍ଡ ସଭ୍ୟ ଥିଲେ। ତାଙ୍କ ମୃତ୍ୟୁରେ ବଜାର କମିଟି ପକ୍ଷରୁ ଗୁରୁବାର ବନ୍ଦ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗାଁ ମଶାଣିରେ ତାଙ୍କର ଶବ ସଂସ୍କାର କରାଯାଇଥିଲା। ତାଙ୍କ ପୁଅ ଦେବାଶିଷ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ପଂଚାୟତ ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ପ୍ରଧାନ, ପ୍ରଫୁଲ୍ଲ ସାହୁ, ଉଦୟନାଥ ବାରିକ, ତ୍ରିଲୋଚନ ରାଉତ, ସୁଶାନ୍ତ ସାହୁ, ବୀର କିଶୋର ପୃଷ୍ଟି, ସଞ୍ଜୟ କୁମାର ନାୟକ ଓ ବୁଢ଼ୀ ଜାଗୁଳାଇ ପୁଜା କମିଟିର ସଭ୍ୟ ମାନେ ଗଭୀର ଶୋକ ବ୍ୟକ୍ତ କରିଚନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ଝିଅ, ସ୍ତ୍ରୀ, ଭଉଣୀ, ଭିଣୋଇ, ଭାଇ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।

Leave A Reply

Your email address will not be published.