ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

ମାହାଙ୍ଗା/ବଡଚଣା: ବଡଚଣା ସୀମା ମାହାଙ୍ଗା ବ୍ଲକ ବାସୁଦେବପୁର ପଞ୍ଚାୟତର କଉଡୁକୋଲ ଗ୍ରାମରେ ଏକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହେଇଯିବା ସହ ଜଣେ ବ୍ୟକ୍ତି ପୋଡି ହୋଇ ଆହତ ହୋଇଛନ୍ତି l ଖବରରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ଅକ୍ଷୟ ବଳ ତାଙ୍କ ଘରେ କିଛି ପେଟ୍ରୋଲ ଓ ଡିଜେଲ ତେଲ କୌଣସି କାମ ପାଇଁ ରଖିଥିଲେ l କୌଣସି ବସତ ନିଆଁ ଲାଗିଯିବାରୁ ଆଖି ପିଛୁଳାକେ ସବୁ ପୋଡ଼ି ଘରର ସବୁ ଆସବାବପତ୍ର ଜଳିବାକୁ ଲାଗିଥିଲା l ନିଆଁର ପରିମାଣ ଏତେ ମାତ୍ରାରେ ବ୍ୟାପି ଯାଇଥିଲା ଯେ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ଯ ଗ୍ରାମବାସୀ ପାରିନଥିଲେ l ସଙ୍ଗେ ସଙ୍ଗେ ଚଣ୍ଡିଖୋଲ ଦମକଳ ବାହିନୀକୁ ଖବର ଦେବା ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳକୁ ବହୁତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା l ଏଇ ଅଗ୍ନି କାଣ୍ଡରେ ଅକ୍ଷୟ ବଳଙ୍କ ସାନ ପୁଅ ପ୍ରକାଶ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି l ଏଇ ଅଗ୍ନିକାଣ୍ଡରେ ଅକ୍ଷୟଙ୍କ ଦୁଇ ମହଲା ଘରର ପ୍ରାୟତ ୬ ବଖରା ଘରର ଛାତ ଏଵଂ କାନ୍ଥ ଫାଟି ଯାଇଥିବା ବେଳେ ତାଙ୍କ ଭାଇ ଅଜୟ ବଳଙ୍କ ଦୁଇ ବଖରା ଘରବି କାନ୍ଥ ଫାଟି ନଷ୍ଟ ହୋଇଯାଇଛି l ଏହି ଘଟଣା ଜାଣିବା ପରେ ଘଟଣାସ୍ଥଳରେ ରାଜସ୍ବ ନିରୀକ୍ଷକ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି l

Leave A Reply

Your email address will not be published.