ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ହେବାକୁ ଥିବା ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ

ମାଲକାନଗିରି, ୨୨/୦୯/୨୪: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ଅପରାହ୍ନ ୩.୩୦ ଘଟିକା ସମୟରେ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ଡାବୁଗାଁ ତଥା ରାଜ୍ୟ କୋର୍ କମିଟି ସଦସ୍ୟ ଶ୍ରୀ ମନୋହର ରନ୍ଧାରୀ ଏକ ଦିନିଆ ମାଲକାନଗିରି ଜିଲ୍ଲା ଗ୍ରସ୍ତରେ ଆସି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ହେବାକୁ ଥିବା ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗ ଥିଲେ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟସ୍ତରରେ ପଦଯାତ୍ରା ପାଳନ କରୁଥିବା ବେଳେ ଅକ୍ଟୋବର ୩ ଠାରୁ ମାଲକାନଗିରି ଜିଲ୍ଲାର ପ୍ରତେକ ପଞ୍ଚାୟତ, ବ୍ଲକ, ଜୋନ୍ ଏବଂ ଜିଲ୍ଲାସ୍ତରୀୟରେ ପଦଯାତ୍ରା ପାଳନ କରିବା କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରାଗଲା । ଏଥିରେ ବିଜୁ ଜନତା ଦଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜ୍ୟସ୍ତରୀୟ ନେତୃମଣ୍ଡଳୀ ଯୋଗ ଦେବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ବିଜୁ ଜନତା ଦଳର ଆଜିର ପ୍ରସ୍ତୁତି ବୈଠକରେ ସଭାପତିତ୍ୱ କରିଥିଲେ ମାଲକାନଗିରି ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଏବଂ ଆଜିର କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ନବରଙ୍ଗପୁର ଜିଲ୍ଲା ବିଜେଡି ଉପ ସଭାପତି ବଦ୍ରି ନାରାୟଣ ସିଂ, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ବିଜେଡି ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ବିଜେଡି ମହିଳା ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରିୟା ନାୟକ, ପୋୖର ଅଧ୍ୟକ୍ଷ ମନୋଜ କୁମାର ବାରିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ପୋୖର ଉପାଧ୍ୟକ୍ଷା କବିତା ମହନ୍ତ ପ୍ରମୁଖଙ୍କ ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ଜିଲ୍ଲା କମିଟି କର୍ମକର୍ତ୍ତା/ପୂର୍ବତନ ବିଧାୟକ ଗଣପ୍ରମୁଖ ଦଳୀୟ ସଂଗଠନ/ସାମୁଖ୍ୟର ସଭାପତି/ସମସ୍ତ ଜିଲ୍ଲା ପରିଷଦ ସଭ୍ୟା/ସଭ୍ୟ, ପୋୖରାଞ୍ଚଳ ସଭାପତି ,ପୋୖରାଞ୍ଚଳ ସଂଯୋଜକ/ନଗର ସଭାପତି/ସମସ୍ତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ବ୍ଳକ୍ ସଭାପତି ତଥା ଜିଲ୍ଲା ଯୁବ/ଛାତ୍ର /ମହିଳା ଜନତା ଦଳର ପଦାଧିକାରୀ ଓ ବିଜୁ ଜନତା ଦଳର ବରିଷ୍ଠ ନେତା, ସମସ୍ତ ନିର୍ବାଚିତ ପ୍ରତିନିଧି, ସମସ୍ତ ସରପଞ୍ଚ ,ସମିତି ସଭ୍ୟ/ସଭ୍ୟା, ସମସ୍ତ ସକ୍ରିୟ ବିଜେଡି କାର୍ଯ୍ୟକାର୍ତ୍ତା ଯୋଗ ଦେଇଥିଲେ।

Leave A Reply

Your email address will not be published.