ହାଇକୋର୍ଟର ନିର୍ଦେଶକୁ ଅବମାନନା, ସରକାରଙ୍କ ବିରୁଦ୍ଧର ଅବମାନନା କେଶ ରୁଜୁ କରିବେ ସ୍ନାତକ ଶିକ୍ଷକ ସଙ୍ଘ

ମାଲକାନଗିରି ତା ୨୨.୦୯.୨୦୨୪: ସାରା ରାଜ୍ୟରେ ୧୦୮ ଜଣ ସ୍ନାତକ ଶିକ୍ଷକ (ପିଜିଟି) ଦୀର୍ଘ ୧୫ ବର୍ଷ ହେଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ କାର୍ଯ୍ୟ କରି ଆସୁଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ମାତ୍ର ୧୨ ହଜାର ଟଙ୍କା ଦରମା ପ୍ରଦାନ କରୁଥିବା ବେଳେ ଏହାକୁ ନେଇ ସଙ୍ଘ ବିଭିନ୍ନ ସମୟରେ ସରକାରଙ୍କୁ ସ୍ଥାଇ ନିଯୁକ୍ତି ପାଇଁ ଦାବିକାରୀ ଆସୁଛି । ସରକାର ଏହି ଶିକ୍ଷକ ମାନଙ୍କର ଦାବି ଗ୍ରହଣ କରିନଥିବା ରୁ ସଙ୍ଘ ଏହା ବିରୁଦ୍ଧରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । ଓଡିଶା ଉଚ୍ଚ ନ୍ୟାୟାଳୟ ଗତ ମେ ୦୮ ତାରିଖ ଦିନ ଏହି ଶିକ୍ଷକ ମାନଙ୍କୁ ସ୍ଥାଇ କରିବା ସହ ସମସ୍ତ ସରକାରୀ ସୁବିଧା ଯୋଗାଇଦେବାକୁ ଉକ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି ତେବେ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷପ ଗ୍ରହଣ କରୁ ନଥିବାରୁ ସଙ୍ଘ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ହାଇକୋର୍ଟର ନିର୍ଦେଶକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ଏଥିସହ ଗଣଶିକ୍ଷା ମନ୍ତ୍ରୀକୁ ମଧ୍ୟ ଏ ସମ୍ବନ୍ଧରେ ଅବଗତ କରାଇଛନ୍ତି । ଯଦି ସରକାର ଏହାକୁ ନ ମାନନ୍ତି ଆଗାମୀ ଦିନରେ ସଙ୍ଘ ହାଇକୋର୍ଟ ନିର୍ଦେଶର ଅବମାନନା କେଶ କରିବେ ବୋଲି ଆଜି ଏକ ସାମ୍ବାଦିକ ସମିଳନୀରେ ସଭାପତି ଶୁଭ୍ରା ପଟନାୟକ, ଉପସଭାପତି ଧୀରେଜ ମଜୁମଦାର, ଆଲୋକ ନନ୍ଦ, ନାରାୟଣ ସାହୁଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.