ବିଜେପିର ବିକାଶ ମେଳା କାର୍ଯ୍ୟକ୍ରମକୁ କଂଗ୍ରେସର ବିରୋଧ

ମାଲକାନଗିରି, ୨୩/୦୯: ଜିଲ୍ଲା ସଦର ମହକୁମା କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି ସରକାର ଉପରେ ଘୋର ବର୍ଷିଛନ୍ତି। ବିଭିନ୍ନ ଜିଲ୍ଲାର ବିଜେପିର ୧୦୦ ଦିନ ପୁରଣ ଅବସରରେ ବିକାଶ ମେଳା କାର୍ଯ୍ୟକ୍ରମ ଚାଲିଥିବା ବେଳେ କୈାଣସି କାର୍ଯ୍ୟ ବିଜେପି ସରକାର ଏପର୍ଯ୍ୟନ୍ତ କରିନାହାନ୍ତି, ଖାଲି ବାହା ବାହା ନେଉଥିବା ସହିତ ରାଜ୍ୟର ମୋହନ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବା ବେଳେ ନିଜେ ଉତ୍କଳ ଗୌରବ, ଉତ୍କଳ ମଧୁସୂଦନ କ’ଣ ତାହା ଜାଣିନାହାନ୍ତି ବୋଲି କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଅଭିଯୋଗ କରିଛନ୍ତି । ଖାଲି ତାହା ନୁହେଁ ଶ୍ରୀଯୁକ୍ତ ପାତ୍ର ସହିତ ଜିଲ୍ଲା କଂଗ୍ରେସ ର ସମସ୍ତ କର୍ମକର୍ତ୍ତା ଅଭିଯୋଗ ଆଣିଛନ୍ତି । ଗତ କିଛିଦିନ ତଳେ ମାଲକାନଗିରି ସଦର ମହକୁମା ସୁଭଦ୍ରା ଯୋଜନା ଓ ଜିଲ୍ଲାସ୍ତରୀୟ ବିକାଶ ମେଳା ଆଦି ସଚେତନତା କାର୍ଯ୍ୟକ୍ରମ କରି ଲକ୍ଷ ଲକ୍ଷ ଟଙ୍କା ଅଣାୟତ୍ତ ରେ ଖର୍ଚ୍ଚ ହେଉଛି ଏହି ଟଙ୍କା ଯଦି ଉନ୍ନୟନ କାର୍ଯ୍ୟରେ ଲଗାଇବା ଉଚିତ୍ ବୋଲି କଂଗ୍ରେସ ଅଭିଯୋଗ କରିଛି। ଓଡ଼ିଆ ଅସ୍ମିତାକୁ କୁଠାର ଘାତ ବୋଲି କଂଗ୍ରେସ ଅଭିଯୋଗ କରିବା ସହିତ ବିଜେପିର ବିଭିନ୍ନ କାର୍ଯ୍ୟକଳାପକୁ ଘୋର ନିନ୍ଦା କରିଛନ୍ତି। ଏହି ଅବସରରେ ଜି ଶ୍ରୀନିବାସ ରାଓ, କେଶୁ ରାଓ, ପ୍ରାଣ କୃଷ୍ଣ ମଣ୍ଡଳ, ସରୋଜ କୁମାର ପାତ୍ର, ପ୍ରଭାକର ପାଳ, ଇର୍ମା ପୋଡ଼ିଆମୀ, ପର୍ଶୁରାମ ଭକ୍ତ ପ୍ରମୁଖ କଂଗ୍ରେସ ନେତୃବର୍ଗ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.