ନିବନ୍ଧକ କାର୍ଯ୍ୟାଳୟରେ ଡାଟା ଏଂଟ୍ରିଙ୍କ ମନମୁଖୀ କାର୍ଯ୍ୟ ଓ ଲାଂଚ କାରବାର ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଆଦିବାସୀ ମହିଳା ଗୋଷ୍ଠି, ତଦନ୍ତ ସତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ

ମାଲକାନଗିରି ତା ୨୪.୦୯.୨୦୨୪: ମାଲାକନଗିରି ଜିଲ୍ଲାର ମୋଟୁ ଓ ଚିତ୍ରକୋଣ୍ଡା ତହସିଲ ଅନ୍ତର୍ଗତ ଉପ ନିବନ୍ଧକ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଂଟ୍ରି ଅପରେଟର ଜମି ବିକ୍ରେତା ଓ କ୍ରେତାଙ୍କୁ କିପରି ହଇରାଣ କରୁଛନ୍ତି ଓ ଲାଂଚ ନ ଦେଲେ କାମ ନ କରି ମାନସିକ ଭାବେ ନିର୍ଯ୍ୟାତନା ଦେବା ସହ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦଉଡାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆଦିବାସୀ ମହିଳା ଗୋଷ୍ଠି । ଉକ୍ତ କାର୍ଯ୍ୟାଳୟର ଡାଟା ଏଂଟ୍ରି ଅପରେଟନର ବିଶ୍ୱ ରଂଜନ ସୁଆର ନାମକ ବ୍ୟକ୍ତିଙ୍କ ବିରୁଦ୍ଧରେ ଏହି ମହିଳା ଗୋଷ୍ଠି ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିକଟରେ ଅଭିଯୋଗ କରିଛନ୍ତିା ରାଜ୍ୟ ସରକାର ଜମିଜମା କ୍ରୟ ବିକ୍ରୟ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ବହୁ ନୂତନ ନିୟମ ପ୍ରଚଳନ କରିଥିଲେ ସୁଦ୍ଧା ସାଧାରଣ ଲୋକମାନେ ଏହି ଦୁଇ ନିବନ୍ଧକ କାର୍ଯ୍ୟାଳୟରେ ଅସୁବିଧା ଭୋଗ କରୁଛନ୍ତିା ପଂଜିକରଣ ନିମନ୍ତେ ଅଫିସକୁ ବାରମ୍ବାର ଦୌଡିବାକୁ ପଡୁଛିା ଫର୍ମ-୩ ନିର୍ଧିଷ୍ଟ କାର୍ଯ୍ୟାଳୟକୁ ପହଂଚିବା ଶେଷରେ ମୁଟେସନ କାର୍ଯ୍ୟ କାର୍ଯ୍ୟାଳୟରେ ହୋଇ ବନ୍ଦୋବସ୍ତ ରେକର୍ଡ ତଥା ପଟ୍ଟା ଘରକୁ ପହଂଚିବା ଇତ୍ୟାଦି ସରଳିକରଣ ନିମନ୍ତେ ଅନଲାଇନ ପ୍ରଥା ଆରମ୍ଭ ହୋଇଥଇବା ବେଳେ ସେଥି ନିମନ୍ତେ ଡାଟା ଏଂଟ୍ରି ଅପରେଟନରଙ୍କୁ ନିଯୁକ୍ତି ଦିଆଯାଇଛିା କିନ୍ତୁ ଦଲିଲ ପଂଜିକରଣ ସମୟରେ ସମ୍ପୂର୍ଣ କାର୍ଯ୍ୟ ପୂରଣ କରିବା ନିମନ୍ତେ ସାଧାରଣ ଲୋକଙ୍କ ଠାରୁ ଚିତ୍ରକୋଣ୍ଡା ଓ ମୋଟୁ ଉପନିବନ୍ଧକ କାର୍ଯ୍ୟାଳୟର ଡାଟା ଏଂଟ୍ରି ଅପରେଟନ ଶ୍ରୀ ସୁଆର ମାସ ମାସ ଧରି ହଇରାଣ କରି ଆସୁଛନ୍ତିା ଦିନରେ ଅନଲାଇନ ସ୍ଲଟ ସମୟରେ କାର୍ଯ୍ୟାଳୟକୁ ଠିକ୍ ସମୟରେ ପହଂଚୁନାହାନ୍ତିା ଯାହା ଫଳରେ ଅନଲାଇନ ସ୍ଲଟର ସମୟ ଅତିବାହିତ ହେଇ ଯାଉଥିବା ବେଳେ ବିଳମ୍ବରେ ଶ୍ରୀ ସୁଆର ପହଂଚି ଆଜି ହେବ ନାହିଁ ବୋଲି କହି ବାରମ୍ବାର ଅଫିସକୁ ଦୌଡାଉଛନ୍ତିା କେବେ ତ ନେଟ୍ ନାହିଁ ଆଉ କେବେ ତ ସର୍ଭର ଡାଉନ ବୋଲି ବିଭିନ୍ନ ଆଳ ଦେଖାଉଛନ୍ତିା ଯଦି କୌଣସି ବ୍ୟକ୍ତି ଶ୍ରୀ ସୁଆରଙ୍କୁ ମୋଟା ଅଙ୍କର ଲାଂଚ ଦେବା ସମୟରେ ଅନଲାଇନ ଠିକ୍ ଭାବେ ଚାଲୁଥିବ ଓ ଉକ୍ତ ବ୍ୟକ୍ତି କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ ହେଉଥିବା ତେବେ ସାଧାରଣ ଲୋକହ୍‌କ ସୁବିଧା ନିମନ୍ତେ ତିନିଦିନ ସମୟ ମଧ୍ୟରେ କ୍ରେତାଙ୍କ ଘରକୁ ପଂଜିକରଣ ଦଲିଲ ଗୁଡିକ ପଠାଇବାର ବ୍ୟବସ୍ଥା ରହିଥିବା ବେଳେ ଏଥି ନିମନ୍ତେ ସରକାରଙ୍କୁ ଦଲିଲ ସାଧନ ସମୟରେ ୭୦ ଟଙ୍କା ପୈଠ କରା ଯାଉଛିା କିନ୍ତୁ ତିନି ଦିନ ନୁହେଁ ତିନିମାସ ଗଡିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି କୋରୁକୋଣ୍ଡା ବ୍ଲକର ବହୁ ମହିଳା ସଂଗଠନା ଏହି ସଂଗଠନ ଅରୁଣ କୁମାର ପାତ୍ର, ଆଇନଜୀବୀଙ୍କ ନେତୃତ୍ୱରେ ପୀଡିତା ଆଦିବାସୀ ମହିଳା ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ଗୁହାରି ଶୁଣାଇଥିଲୋ ପୂର୍ବରୁ ମଧ୍ୟ ଶ୍ରୀ ସୁଆରଙ୍କ ବିରୁଦ୍ଧରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ତଦନ୍ତ ସତ୍ୱେ କୌମସି କାର୍ଯ୍ୟାନୁଷ୍ଠାନ ହୋଇ ପାରିନଥିବା ଏହି ମହିଳା ମାନେ ଅଭିଯୋଗ କରିଛନ୍ତିା ତେବେ ତୁରନ୍ତ ଶ୍ରୀ ସୁଆରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପାଟିଲ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ ବୋଲି କହି ତୁରନ୍ତ ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ତହସିଲର ଜଣଏ କର୍ମଚାରୀଙ୍କୁ ଏହି ଦାୟିତ୍ୱ ଦେବା ପାଇଁ କହିଥିଲୋ ତେବେ ପଂଜିକରଣ ବିଭାଗରେ ଡାଟା ଏଂଟ୍ରି ଅପରେଟର ମାନେ ଜବ୍ ପ୍ରଭାଇଡରର ଏକ ଠିକା ସଂସ୍ଥା ଦ୍ୱାରା ମନୋନୀତ ହୋଇଥିବା ବେଳେ ଏମାନେ କୌଣସି ସରକାରୀ କର୍ମଚାରୀ ନୁହନ୍ତି ବୋଲି ଜଣାପଡିଛିା ତେବେ କିଭଳି ଭାବେ ଦୂର ଦୂରାନ୍ତରରୁ ଆସି ଡାଟା ଏଂଟ୍ରି ଅପରେଟରଙ୍କ ଦ୍ୱାରା ହଇରାଣ ଅସୁବିଧା ହେଉଥିବା ସେମାନେ ପ୍ରକାଶ କରିଛନ୍ତିା ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଂଚଳବାସୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛିା

Leave A Reply

Your email address will not be published.