ଜିଲ୍ଲା ପରିବହନ ବିଭାଗର ରାତି ଅଧିଆ ଧରପଗଡ଼

ମାଲକାନଗିରି, ୨୫।୯ ମାଲକାନଗିରି ଠାରୁ ହାଇଦ୍ରାବାଦ ଏବଂ ବିଜୟୱାଡାକୁ ଯାତାୟାତ କରୁଥିବା ଯାତ୍ରୀବାହୀ ବସରେ କ୍ଷମତା ଠାରୁ ଢେର ଅଧିକ ଯାତ୍ରୀ ପରିବହନ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଜିଲ୍ଲା ପରିବହନ ବିଭାଗ ମଧ୍ୟ ସଜାଗ ରହି ଆଜି ରାତି ଅଧିଆ ଅନେକ ଯାତ୍ରୀବାହୀ ବସ ଯାଞ୍ଚ କରି କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ବସ ଗୁଡିକ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିଛି। ଜିଲ୍ଲା ସଦରର ଦେଇ ଯାଉଥିବା ଏହି ବସ ଗୁଡିକୁ ଆଜି ରାତିରେ ପରିବହନ ବିଭାଗର ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯାଇ କ୍ଷମତା ଠାରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଦେଖି ଦୁଇ ଗୋଟି ବସ ବିରୋଧରେ ପଦକ୍ଷେପ ନେଇଥିଲେ। ଦୁଇ ଗୋଟି ଘରୋଇ ବସ ବିରୋଧରେ ଯଥା କ୍ରମେ ୧୨୩୦୦ ଟଙ୍କା ଏବଂ ୧୬୬୦୦ ଟଙ୍କାର ଜୋରିମାନା ମଧ୍ୟ ଆଦାୟ କରାଯାଇଥିବା ନେଇ ମାଲକାନଗିରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ଜନ ପ୍ରତାପ କୁଲୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.