ସୋଆରେ ୫୫ତମ ଏନ୍‌ଏସ୍‌ଏସ୍ ଦିବସ ପାଳିତ

ଭୁବନେଶ୍ୱର, ୨୬/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ମଙ୍ଗଳବାର ଦିନ ୫୫ତମ ଏନ୍‌ଏସ୍‌ଏସ୍ ଦିବସ ପାଳିତ ହୋଇଯାଇଥିଲା ବେଳେ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ରାଷ୍ଟ୍ରୀୟ ସେବା ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏନ୍‌ଏସ୍‌ଏସ୍ କାର୍ଯ୍ୟଧାରାର ମହତ୍ୱ ବିଷୟରେ ଗୁରୁତ୍ୱାରୋପ କରିଥିଲେ ।

ସୋଆ ଏନଏସ୍‌ଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ଛାତ୍ରଛାତ୍ରୀଙ୍କ ଜୀବନରେ ସମାଜ ସେବା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.