କର୍କଟ ରୋଗୀଙ୍କ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ରେ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା ଓ ପରାମର୍ଶ ପ୍ରଦାନ

ବ୍ରହ୍ମପୁର, ୨୬/୦୯ : କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ଠାରେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜନ କରାଯିବ । କର୍କଟ ବିଶେଷଜ୍ଞ ଏବଂ ସର୍ଜନମାନଙ୍କ ଠାରୁ ଏହି ଚିକିତ୍ସାର ସୁବିଧା ଉପଲବ୍ଧ ହୋଇପାରିବ ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଯଥାକ୍ରମେ ମେଡିକାଲ୍ ଓ ସର୍ଜିକାଲ୍ ଅଙ୍କୋଲୋଜି ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଥିଲା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ, ରୋଗ ନିରୂପଣ ଓ ଚିକିତ୍ସା ରୋଗୀମାନଙ୍କୁ ପ୍ରଦାନ କରାଯିବ । ଏହି ରୋଗର ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ବନ୍ଧୀୟ ସୁବିଧା ବିଷୟରେ ମଧ୍ୟ ପରାମର୍ଶ ଦିଆଯିବ ।

ହସ୍ପିଟାଲ୍‌ର ଅତ୍ୟାଧୁନିକ କର୍କଟ ଜନିତ ଚିକିତ୍ସା ସୁବିଧା ବ୍ୟବହାର କରାଯାଇ କେମୋଥେରାପି ସେସନ୍ ମଧ୍ୟ ଏହି ଶିବିରରେ ପ୍ରଦାନ କରାଯିବାର ଯୋଜନା ରହିଛି ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କୁ ଏହି ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବାର ସୁବିଧା ଉଠାଇବା ସହ ଉପଯୁକ୍ତ ସମୟରେ କର୍କଟ ରୋଗୀଙ୍କର ଚିକିତ୍ସା କରାଇବା ପାଇଁ ଆହ୍ୱାନ ଦେଇଛନ୍ତି । କାରଣ ପ୍ରାଥମିକ ସ୍ତରରେ ରୋଗ ନିରୂପଣ ଓ ଉପଯୁକ୍ତ ଚିକିତ୍ସା ହେଲେ ରୋଗୀ ସୁସ୍ଥ ହୋଇପାରିବ ।

ଏହି ଚିକିତ୍ସାର ଲାଭ ଉଠାଇବା ପାଇଁ ରୋଗୀମାନେ ୯୧-୬୮୧୧୨୭୫୭୭୭ କିମ୍ବା ୯୧-୬୮୧୧୨୭୭୭୭୭ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.