ଗୁଣି ଗାରଡ଼ି ସନ୍ଦେହରେ ବାସନ୍ଦ ପରିବାରକୁ ଗାଁରେ ଛାଡିଲା ପୋଲିସ

ମାଲକାନଗିରି, ୨୭/୯ ମାଲକାନଗିରି ସଦର ଥାନାସ୍ଥ ତର୍ଲକୋଟା ପଞ୍ଚାୟତ ସର୍ଗୀଗୁଡା ଗ୍ରାମରେ ଗୁଣି ଗାରେଡି କରୁଥିବା ସନ୍ଦେହେରେ ଗୋଟିଏ ପରିବାରକୁ ଦୀର୍ଘ ୬ ମାସ ହେଲା ବାସନ୍ଦ ସହ ବିତାଡିତ କରାଯାଇଥିବାର ଥାନାରେ ଅଭିଯୋଗ ହୋଇଥିଲା। ଗୁରୁବାର ଦିନ ମାଲକାନଗିରି ସଦର ଥାନାରେ ପୀଡିତ ପରିବାର ଭକ୍ତରାମ ହନ୍ତାଳ ଓ ଗ୍ରାମବାସୀ ମାନଙ୍କୁ ଡକାଯାଇ ଉଭୟ ପକ୍ଷରୁ ଆପୋଷ ମିଳାମିଶା ଓ ସମାଧାନ କରାଯାଇଥିଲା। ଆଜି ସକାଳେ ପୀଡିତ ପରିବାରଙ୍କୁ ସଦର ଥାନା ପୁଲିସ ହେପାଜତରେ ସର୍ଗୀଗୁଡା ଗ୍ରାମରେ ସେମାନଙ୍କ ନିଜ ଘରେ ଛଡାଯାଇଛି। ଏ ସମ୍ପର୍କ ଆଜି ସର୍ଗୀଗୁଡା ଗ୍ରାମରେ ମାଜିଷ୍ଟ୍ରେଟ ତଥା ତହସିଲଦାର ଲଳିତ ବାଗ, ଏସ୍ଡ଼ିପିଓ ସଚୀନ ପଟେଲ, ସଦର ଥାନା ଆଇ ଆଇ ସି ହିମାଂଶୁ ଶେଖର ବାରିକଙ୍କ ଉପସ୍ଥିତରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ବାଲ ରାଜ ଗେମେଲ ଓ ଗ୍ରାମ ମୁଖିଆ ଗ୍ରାମବାସୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ଉଭୟଙ୍କ ମଧ୍ୟରେ ଆପୋଷ ସମାଧନ ସହିତ ଶାନ୍ତି ପ୍ରତିଷ୍ଠା କରାଯାଇଛି। ପୀଡିତ ଭକ୍ତରାମ ହନ୍ତାଳଙ୍କ ପରିବାରଙ୍କୁ ଗ୍ରାମରେ ପୂର୍ବ ପରି ବସବାସ କରିବେ, କେହି ଗ୍ରାମବାସୀ ତାଙ୍କୁ ହଇରାଣ କିମ୍ବା ଅସୁବିଧା ଯେପରି ନକରିବେ ଓ ଭକ୍ତ ରାମ ମଧ୍ୟ ଗ୍ରାମବାସୀଙ୍କ ସହିତ ମିଳିମିଶି ରହିବ ସେ ନେଇ ସମସ୍ଥଙ୍କ ସମ୍ମୁଖରେ ଏକ
ଉଭୟ ପକ୍ଷରୁ ରାଜିନାମା କରାଯାଇଥିଲା। ଗ୍ରାମବାସୀ ମଧ୍ୟ ଭକ୍ତରାମହନ୍ତାଳଙ୍କ ପରିବାରକୁ ତାଙ୍କ ପୈତୃକ ଘରକୁ ପାଛୋଟି ନେଇଥିଲେ। ସୂଚନା ଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକସ୍ଥ ସର୍ଗିଗୁଡା ଗ୍ରାମରେ ଭକ୍ତରାମ ହନ୍ତାଳ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଗୋରୀ ହନ୍ତାଳ, ୨ ପୁଅ ଧନପତି ଓ ଗୋପୀନାଥ ଏବଂ ଝିଅ ନଇନା ସହ ରହି ଆସୁଥିଲେ। ଗତ ୬ ମାସ ତଳେ ଗ୍ରାମବାସୀଙ୍କ ରୋଷର ଶିକାର ହୋଇ ଘର ଛାଡି ସ୍ୱାଭିମାନ ଅଞ୍ଚଳ କୋଡ଼ିଗନ୍ଧି ଗ୍ରାମକୁ ପରିବାର ସହିତ ଭକ୍ତରାମ ପଳାଇଥିଲେ। ଦୀର୍ଘ ୬ ମାସର ବିବାଦ ଆଜି ତୁଟି ଯାଇଛି, ଘର ପୁଅ ନିଜ ଗାଁ ଓ ଘରକୁ ଫେରି ଆସିଛି। ଗ୍ରାମବାସୀଙ୍କ ସହିତ ପୂର୍ବ ପରି ମିଳିମିଶି ରହିଥିବାରୁ ଭକ୍ତରାମ ଏବେ ବହୁତ ଖୁସି ଅଛନ୍ତି।

Leave A Reply

Your email address will not be published.