xmas

ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାରେ କାର୍ଯ୍ୟ କରି ବକେୟା ନପାଇ ୧୫ରୁ ଉର୍ଦ୍ଧ୍ବ ଠିକାଦାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ପରେ ଚିକିତ୍ସାଳୟରେ ଭର୍ତ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ଚିତ୍ରକୋଣ୍ଡା, ବଡ଼ପଡା, ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟ କରିଥିବା ବକେୟା ଟଙ୍କା ନପାଇ ଇନ୍ଦୁ ଭୂଷଣ ସରଦାରଙ୍କ ନେତୃତ୍ୱରେ ୧୫ରୁ ଉର୍ଦ୍ଧ୍ବ ଠିକାଦାର, ବ୍ୟକ୍ତି ବିଶେଷ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବାର ଦେଖିବାକୁ ମିଳୁଛି। ଠିକାଦାର ମାନେ କହିବା କଥା ଯେ ସ୍ୱାଭିମାନ ଅଞ୍ଚଳ, ଚିତ୍ରକୋଣ୍ଡା, ବଡ଼ପଡା ବିଭିନ୍ନ ବିଦ୍ୟାଳୟରେ ଶ୍ରମିକ, ମିସ୍ତ୍ରୀ ନେଇ କାର୍ଯ୍ୟକୁ ସମ୍ପୂର୍ଣ କରିଥିଲୁ କିନ୍ତୁ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ସମୟ ବିତିଗଲେ ମଧ୍ୟ ବକେୟା ଟଙ୍କା ପାଇ ପାରିଲୁ ନାହିଁ ଏଥି ପାଇଁ ବାରମ୍ବାର କାର୍ଯ୍ୟାଳୟରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ତେଣୁ ବାଧ୍ୟ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ଠିକାଦାର ମାନେ ପ୍ରକାଶ କରିଛନ୍ତି। ଏ ସଂପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି। ଅନ୍ୟ ପକ୍ଷରେ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ଦୁଷ୍ମତ ସେଠ୍ କାର୍ଯ୍ୟ କରାଇଥିଲେ ସେ ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି। ତେଣୁ ବର୍ତ୍ତମାନ ଚନ୍ଦନ କୁମାର ଦଳେଇ ଏହି ଦାୟିତ୍ଵରେ ରହିଲେ ତାଙ୍କୁ ନେଇ ମାପ ତନଖି କରାଇ ନିଅନ୍ତୁ ସଠିକ୍ ମାପ ଓ ତନଖି ପରେ କାର୍ଯ୍ୟାଳୟକୁ ପ୍ରଦାନର ସାତ ଦିନ ମଧ୍ୟରେ ବିଲ ପୈଠ କରାଯିବ ବୋଲି ପିଏ, ଆଇଟି ଡିଏଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି। ବର୍ତ୍ତମାନ ଅନଶନ ଜାରି ରହିଛି, ଏଥି ମଧ୍ୟରୁ ଜୟଦେବ ବିଶ୍ୱାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି। ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଠିକାଦାରଙ୍କ ମଧ୍ୟରେ ଛକା ପଞ୍ଜା ଲାଗି ରହିଛି ଆଗକୁ କି ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.