xmas

ବିଜେଡିର ଜନ ସଂପର୍କ ପଦଯାତ୍ରା

ମାଲକାନଗିରି: ବିଜେଡି ସୁପ୍ରମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟବ୍ୟାପୀ ଜନ ସଂପର୍କ ପଦ ଯାତ୍ରା ଆରମ୍ଭ ହୋଇଯାଇଛି। ଏ ପରିପେଖ୍ୟରେ ଆଜି ମାଲକାନଗିରି ଜିଲ୍ଲା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ପୂର୍ବତନ ସାଂସଦ ରମେଶ ମାଝି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଧାୟକ ମନୋହର ରନ୍ଧାରି, ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ମାନସ ମାଡକାମି, ଆଡମା ରାବା, ଦୂର୍ଗା ତ୍ରିପାଠୀ, ଗୋପାଳ କୃଷ୍ଣ ପଣ୍ଡା, ନୃସିଂହ ମହାନ୍ତି, ପ୍ରଭାକର ପ୍ରଧାନ, ରବି ରାଜେଶ୍ ମାଲକାନଗିରି ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ବିଜେଡି ରାଲି ବାହାରି ସହର ପରିକ୍ରମା ପୂର୍ବକ ଜନ ସଂପର୍କ ପଦଯାତ୍ରା ବାହାରି ସଂସ୍କୃତି ଭବନ ଠାରେ ପହଞ୍ଚି ଏକ ବୈଠକ ଅନୁଷ୍ଟିତ ହୋଇଥିଲା। ବିଜେଡି ସଦା ସର୍ବଦା ଲୋକଙ୍କ ସୁଖ ଦୁଃଖ ସହ ରହି ଆସିଛୁ। ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲ ପାଇବା ବିଜେଡିର ସବୁଠାରୁ ମୂଲ୍ୟବାନ ସମ୍ପତି ବୋଲି ବିଜେଡିର ତୁଙ୍ଗ ନେତା ଓ ଅତିଥି ମାନେ ପ୍ରକାଶ କରିଥିଲେ। ବିଜେପି ମିଛ ପ୍ରତିଶ୍ରୁତି ଦେଇ ମିଛ କାହାଣୀ କହି ଆଜି ରାଜ୍ୟରେ କ୍ଷମତାକୁ ଆସିଛି । ୩୦୦ ୟୁନିଟ ମାଗଣା ବିଜୁଳି, ତିନି ହଜାର ଟଙ୍କା ଭତ୍ତା, ମା ମାନଙ୍କୁ ଦୁଇ କିସ୍ତିରେ ୫୦ ହଜାର ଟଙ୍କା କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି। ଏ ପଦଯାତ୍ରା ପ୍ରଥମ ପର୍ଯ୍ୟାୟରେ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପଦଯାତ୍ରାରେ ୪ ହଜାରରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ଓ ନେତା ମାନେ ସାମିଲ ହୋଇଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ଗାଁରେ ବିଜେଡିର ସଚେତନତା କାର୍ଯ୍ୟକ୍ରମ ଚାଲିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.