xmas

ସୋଆ ‘କ୍ରିଏଟିଭୋ’ ପକ୍ଷରୁ ପାର୍ବଣର ବିଶେଷ କାର୍ଯ୍ୟକ୍ରମ ‘ମା’ ଅନୁଷ୍ଠିତ

ଭୁବନେଶ୍ୱର , ଅକ୍ଟୋବର ୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ ଗୁରୁବାର କ୍ୟାମ୍ପସ୍ -୪ ରେ ପାର୍ବଣର ବିଶେଷ କାର୍ଯ୍ୟକ୍ରମ ‘ମା’ ଅନୁଷ୍ଠିତ ହୋଇଯାଇଛି ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିଏଟିଭୋର ଏଭଳି ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କର ଅଂଶ ଗ୍ରହଣକୁ ଉତ୍ସାହିତ କରିଥିଲେ ।

ଏହି ଉତ୍ସବରେ ସୋଆର ପରୀକ୍ଷକ ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇଥିଲେ ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ରିଏଟିଭୋ ଆବାହକ ଡକ୍ଟର ଭୁବନାନନ୍ଦ ଅଧିକାରୀ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ କ୍ରିଏଟିଭୋର ନବ ନିର୍ମିତ କକ୍ଷ ଲୋକାର୍ପିତ ହୋଇଥିବା ବେଳେ ବାର୍ଷିକ ବିବରଣୀ ମଧ୍ୟ ଉନ୍ମୋଚନ ହୋଇଥିଲା ।

ଏହି ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଆଧାରିତ ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କ୍ରିଏଟିଭୋ ଦ୍ୱାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଆଇଏଏସ୍‌ର ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଓ ଡକ୍ଟର ଦୀପାଲି ଦାସ ମଂଚ ସଂଯୋଜନା କରିଥିବା ବେଳେ ଶ୍ରୀମତି ଲୋପାମୁଦ୍ରା ମହାନ୍ତି, କ୍ରିଏଟିଭୋର ଉପଦେଷ୍ଟା ପ୍ରଫେସର ବିବୁଧ ପରାଶର ଓ ଅନ୍ୟାନ୍ୟ କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.