xmas

ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ”ର ଦୁର୍ଗାପୂଜା ସଂଖ୍ୟା ଲୋକାର୍ପିତ

କଟକ: ଦୀର୍ଘ ୨୩ବର୍ଷ ହେଲା ପ୍ରକାଶିତ ହୋଇ ଆସୁଥିବା ଧର୍ମ, ତତ୍ତ୍ୱ, ସମ୍ବାଦ ଓ ସଂସ୍କାରମୂଳକ ସର୍ବଧର୍ମ ସମନ୍ୱୟୀ ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧlନେ”ର ଦୁର୍ଗାପୂଜା ସଂଖ୍ୟାଟି ଏକକ ଅତିଥି କମିଶନରେଟ ପୁଲିସର ଅତିରିକ୍ତ ଡିସିପି ଦେବଦତ୍ତ କରଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି l ପତ୍ରିକାର ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ପତ୍ରିକାକୁ ଉନ୍ମୋଚନ କରି ଅତିରିକ୍ତ ଡିସିପି ପ୍ରତ୍ୟେକ ମଣିଷ ପ୍ରତି ମୁହୂର୍ତ୍ତରେ ବିଭୁ ସମର୍ପିତ ହୋଇ କାର୍ଯ୍ୟ କଲେ ସଫଳତା ମିଳି ପାରିବ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଠ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ, କଟକ ସଦର ଥାନାଞ୍ଚଳ ଶାନ୍ତି କମିଟିର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ପ୍ରକୃତି ବନ୍ଧୁ ପ୍ରତାପ କେଶରୀ ପାତ୍ର, ସାମ୍ବାଦିକ ବିଭୁତି ଭୂଷଣ ତରାଇ ପ୍ରମୁଖ ଉପସ୍ଥିତ ଥିଲେ l ପତ୍ରିକାର ପରିଚାଳନା ସମ୍ପାଦକ ଇଞ୍ଜିନିଅର ବିପ୍ଳବ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରସାର ଅଧିକାରୀ ସନ୍ନ୍ୟାସିନୀ (ଡଃ) ଆରତୀ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Leave A Reply

Your email address will not be published.