xmas

ବାଲିମେଳା ଡ୍ୟାମରେ ନିର୍ଭର କରି ବଞ୍ଚୁଥିବା ମତ୍ସ୍ୟଜୀବୀକୁ ଡ଼ଙ୍ଗା ବଣ୍ଟନ 

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାର ବାଲିମେଳା ଡ୍ୟାମରେ ନିର୍ଭର କରି ବଞ୍ଚୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ସରକାରଙ୍କ ତରଫରୁ ବଡ଼ ଉପହାର। ମତ୍ସ୍ୟଜୀବୀଙ୍କ ପାଇଁ ଡଙ୍ଗା, ଲାଇଫ ଜ୍ୟାକେଟ, ଜାଲ ପ୍ରଦାନ କରିବା ସହ ଆଗକୁ ୧୦ ଗୁଣା ଅଧିକ ମତ୍ସ୍ୟ ଉତ୍ପାଦନ ପାଇଁ ପଦକ୍ଷେପ ନେବା ପାଇଁ ତତ୍ପର ହୋଇଛନ୍ତି ସରକାର । ବାଲିମେଳା ଡ୍ୟାମରେ ମାଛ ଧରୁଥିବା ସହ ସହ ପରିବାର ନିଜର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଏହି ମତ୍ସ୍ୟଜୀବୀ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ନେଉଛନ୍ତି ପଦକ୍ଷେପ। ଏହି କ୍ରମରେ ଆଜି ସାଂସଦ ବଳଭଦ୍ର ମାଝୀ ଡ୍ୟାମ ନିକଟରେ ପହଞ୍ଚି ସେଠାରେ ମତ୍ସ୍ୟଜୀବୀ ମାନଙ୍କୁ ୪୦ଟି ଡଙ୍ଗା, ୧୫୦ଟି ମାଛ ଧରା ଜାଲ, ୮୦ଟି ଲାଇଫ ଜ୍ୟାକେଟ ପ୍ରଦାନ କରିବା ସହ ସୁରକ୍ଷିତ ଭାବେ ମାଛ ଧରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ବଳଭଦ୍ର ମାଝୀ।

ଚିତ୍ରକୋଣ୍ଡାରେ ପୁର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ ଲକ୍ଷ ମାଛ ଯାଆଁଳା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଛଡ଼ାଯାଇଥିଲା । ୨୦୧୯-୨୦ ରେ ୨୦ ହଜାର ହେକ୍ଟରରେ ଘେରୀ କରାଯାଇ ୪୨ ଲକ୍ଷ ଯାଆଁଳା ଛଡ଼ାଯାଇଥିଲା । ସେହିପରି ୨୦୨୦-୨୧ ସେତୁ ଯୋଜନାରେ ପ୍ରାୟ ୮୦ ଲକ୍ଷ ମାଛ ଯାଆଁଳା ଛଡାଯାଇଥିଲା । ତେବେ ଏହି ଅଞ୍ଚଳରେ ହଜାର ହଜାର ଲୋକ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଗକୁ କିପରି ସେମାନଙ୍କ ଆୟ ଅଧିକ ହେବ ଓ ମତ୍ସ୍ୟ ଉତ୍ପାଦନ ବଢିବ ସେନେଇ ପଦକ୍ଷେପ ନିଆଯିବ ବୋଲି ସାଂସଦ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଆଗକୁ ୩୦୦ ଡଙ୍ଗା, ଜଳ ଭଣ୍ଡାରରେ ଯାଆଁଳା ଉତ୍ପାଦନ କେନ୍ଦ୍ର ନିର୍ମାଣ, ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ଏବଂ ମତ୍ସ୍ୟ ଉତ୍ପାଦନକୁ ୧୦ ଗୁଣ ବଢାଇବା ଉପରେ ଗୁରୁତ୍ୱ ଦିଆଯିବ ସେ ପ୍ରକାଶ କରିଛନ୍ତି। ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ହେଉଛି ଅଂଚଳର ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଆୟକୁ ୫ ହଜାରରୁ ୧୫ ହଜାର କରାଯିବାକୁ ଆଗାମୀ ପାଞ୍ଚ ବର୍ଷରେ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କରିଥିଲେ ।

Leave A Reply

Your email address will not be published.