xmas

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଧ ଗଣ୍ଡଙ୍କ ସ୍ଵାଭିମାନ ଅଞ୍ଚଳ ଗସ୍ତ

ବଡ଼ପଡା ଏଯୁକେଶନ କମ୍ପ୍ଲେକ୍ସ କଲେ ସମୀକ୍ଷା
ଏଜୁକେସନ କମ୍ପ୍ଲେକ୍ସରେ କାର୍ଯ୍ୟ ନିମ୍ନମାନର, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଚିତ୍ରକୋଣ୍ଡା: ସ୍ଵାଭିମାନ ଅଞ୍ଚଳରେ ଥିବା ବଡପଡାରେ ନିର୍ମିତ ଏଜୁକେସନ କମ୍ପ୍ଲେକ୍ସକୁ ଗସ୍ତ କରି ସେ ବିଭିନ୍ନ ବିଷୟରେ ସମୀକ୍ଷା କରିଥିଲେ। ତେବେ ଏହି କମ୍ପ୍ଲେକ୍ସ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସେ ପ୍ରକାଶ କରିବା ସହ କ୍ଷୋଭ ପ୍ରକାଶ କରିଥିଲେ। ବିଗତ ସରକାରଙ୍କ ସମୟରେ ହୋଇଥିବା ଏହି କାର୍ଯ୍ୟ ଆଦିବାସୀ ଅଞ୍ଚଳର ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ବଦଳରେ ଏହା ଠିକାଦାର ଓ ଅଧିକାରୀଙ୍କ ଲାଭ ପାଇଁ ହୋଇଛି ପରି ମନେ ହେଉଛି। ତେବେ ଏହି ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ବେଳେ ଏହି କାର୍ଯ୍ୟର ତଦନ୍ତ ସହ ଉଚିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଥିଲେ। ଚିତ୍ରକୋଣ୍ଡା ବ୍ଲକରେ ଶିକ୍ଷା ବ୍ୟବସ୍ଥା ସୁଧାର କରାଯିବ, ପିଏମ ଶ୍ରୀ ଯୋଜନା,ଗୋଦାବରୀଶ ଯୋଜନାରେ, ଆବାସିକ ବିଦ୍ୟାଳୟ ଖୋଳାଯିବ ବୋଲି ମନ୍ତ୍ରୀ କହଛନ୍ତି। ତେବେ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଏବଂ ଅନ୍ୟ ଅଧିକାରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

Leave A Reply

Your email address will not be published.