xmas

ସଇତାନ ବାପା: ଦ୍ଵିତୀୟ ସ୍ତ୍ରୀ କଥାରେ ହତ୍ୟା କରିଛି ବାପା

ଚିତ୍ରକୋଣ୍ଡା: ବାପା ସାଜିଲା ସଇତାନ। ନିଜର ଜନ୍ମଦେଲା ଶିଶୁ କନ୍ୟାକୁ ଛୁରୀ ଭୁସି କରିଛି ହତ୍ୟା। ଏପରି ଦୁଃଖଦ ଘଟଣା ଘଟିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତର RSC -୧୪ ଗ୍ରାମରେ ।

ଆଜି ସକାଳୁ ବ୍ଲେଶି ରାଣୀ ଭତ୍ରା ବୟସ ୫ ବର୍ଷ ପଡୋଶୀ ଘରେ ଖେଲୁଥିବା ସମୟରେ ବାପା ସଞ୍ଜୀବ ଭତ୍ରା ଏକ ଛୁରୀ ଆଣି ନିଜ ଝିଅ ପେଟରେ ଭୁସି ଦେଇଥିଲା। କୁନି ଝିଅର ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରକ୍ତାକ୍ତ ଅବସ୍ଥାରେ ବ୍ଲେଶୀକୁ ନେଇ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ମେଡ଼ିକାଲ ପରିସରରେ ଝିଅଟିର ପ୍ରାଣବାୟୁ ଉଡ଼ିଯାଇଥିଲା ଏବଂ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ଘଟଣାସ୍ଥଳରୁ ହତ୍ୟାକାରୀ ପିଚାଶ ବାପା ଫେରାର।ମୃତ୍ ବ୍ଲେସି ଜେଜେ ବାପା ବିନୋଦ ଭତ୍ରା ଅଭିଯୋଗ କରଛନ୍ତି ପୁଅ ସଞ୍ଜୀବ ଭତ୍ରା, ସେ ଦ୍ୱିତୀୟ ସ୍ତ୍ରୀ ପ୍ରରୋଚନାରେ ପଡ଼ି ପ୍ରଥମ ସ୍ତ୍ରୀର ଝିଅ ବ୍ଲେଶିକୁ ହତ୍ୟା କରିଛି। ସାବତ ମାଆ କଥା ପଡ଼ି ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ ସଞ୍ଜୀବକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ବର୍ତ୍ତମାନ ଚିତ୍ରକୋଣ୍ଡା ପୋଲିସ୍ ତଦନ୍ତ ଆରମ୍ଭ କରିବା ସହ ଆସାମୀ ଗିରଫ କରିବା ପ୍ରୟାସ ଆରମ୍ଭ କରିଥିବା ଚିତ୍ରକୋଣ୍ଡା ପୋଲିସ୍ ସୁଚନା ଦେଇଛି।

Leave A Reply

Your email address will not be published.