xmas

ଏମଭି-୮ ଗ୍ରାମର ହତ୍ୟା ଘଟଣା; ହତ୍ୟାର ପର୍ଦାଫାସ କଲା ପୁଲିସ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୮ ଗ୍ରାମରେ ଗତ ୧୪ ତାରିଖରେ ହୋଇଥିବା ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଲିସ। ଆଇଆଇସି ରିଗାନ କିଣ୍ଡୋ ଏହି ଘଟଣାର ତଦନ୍ତ କରି ହତ୍ୟାକାରୀକୁ ଗିରଫ କରିଛନ୍ତି। ଏମଭି-୮ ଗ୍ରାମର ମିଲନ ମଜୁମଦାରକୁ ହତ୍ୟା କରିଥିବା ହତ୍ୟାକାରୀ ଜଣକ ହେଲେ ଏମଭି-୨୨ ଗ୍ରାମର ବିଧାନ ମଣ୍ଡଳ(୩୩)। ଆଜି ପୁଲିସ ସାମ୍ବାଦିକ ସମ୍ମିଳନୀ କରି ଏହି ହତ୍ୟା ଘଟଣାର ପର୍ଦାଫାସ କରିଛି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ ହତ୍ୟାକାରୀ ବିଧାନ ମଣ୍ଡଳ ଏବଂ ମୃତ ମିଲନ ମଜୁମଦାର ଗତ ୧୫ ଦିନ ତଳେ ଦୁହେଁ ମିଶି ମଦ ପିଇବା ସହ ବିଧାନର ପତ୍ନୀ ସଂପର୍କରେ ମିଲନ କିଛି ଅପଶଦ୍ଦ ବ୍ୟବହାର କରିବା ସହ ସେମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଣି କିଛି ପରେ ହତ୍ୟାକାରୀ ବିଧାନର ଘର ପାଖରେ ମିଲନ ଲୁଚିଥିବା ବିଧାନ ଦେଖିଥିଲା।ସେ ସେତେବେଳେ ସଂଦେହ କରିଥିଲା ଯେ ସେ ତାର ପତ୍ନୀ ସହ ଶାରିରୀକ ସଂପର୍କ ରଖିବାକୁ ଆସିଛି। ସେହି ଦିନ ହିଁ ବିଧାନ ମିଲନକୁ ହତ୍ୟା କରିବାର ଯୋଜନା କଲା। ଗତ ୧୪ ତାରିଖ ଦିନ ରାତିରେ ମିଲନକୁ ମଦ ପିଇବା ପାଇଁ ଡାକିଲା।ଏକ ପଡିଆରେ ପଶି ଦୁହେଁ ମଦ ପିଇଥିଲେ। ପରେ ବିଧାନ ଏକ ଧାରୁଆ ଅସ୍ତ୍ର ଆଣି ମିଲନକୁ ହତ୍ୟା କରିଥିଲା। ସେଠାରୁ ସେ ତାର ମୁଦି ଇତ୍ୟାଦି ନେଇଯାଇଥିଲା। ମିଲନର ମୋବାଇଲକୁ ପୋଖରୀରେ ଫିଙ୍ଗି ଦେଇଥିଲା। ଏଥିସହ ହତ୍ୟା କରିଥିବା ଅସ୍ତ୍ରକୁ ଲୁଚାଇ ଦେଇଥିଲା। ପୁଲିସ ଏହି ଘଟଣାକୁ ନେଇ ତଦନ୍ତ କରିବା ପରେ ବିଧାନକୁ ଗିରଫ କରି ପଚରାଉଚରା କରିଥିଲା। ଆଜି ବିଧାନକୁ ହତ୍ୟା କେଶରେ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.