xmas

୭୫ କେଜି ଗଞ୍ଜେଇ ଜବତ; ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଞ୍ଚାୟତ ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ତଣ୍ଡାପାଲି ଗ୍ରାମ ଜଙ୍ଗଲରେ କିଛି ଗଞ୍ଜେଇ ଚୋରା ବେପାରୀ ଛତିଶଗଡ଼କୁ ଚୋରା ଚାଲାଣ ନିମନ୍ତେ ଗଞ୍ଜେଇ ପ୍ୟାକିଙ୍ଗ କରୁଥିବାର ପୁଲିସ ଖବର ଚଢ଼ାଉ କରି ୭୫ କେଜି ଗଞ୍ଜେଇ, ପ୍ରେସ ମେସିନ ଓ ଜ୍ୟାକ ମେସିନ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନା ଅନୁଯାଇ ଶନିବାର ସନ୍ଧ୍ୟାରେ ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଞ୍ଚାୟତ ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ତଣ୍ଡାପାଲି ଗ୍ରାମ ଜଙ୍ଗଲରେ କିଛି ଗଞ୍ଜେଇ ଚୋରା ବେପାରୀ ଛତିଶଗଡ଼କୁ ଚୋରା ଚାଲାଣ ନିମନ୍ତେ ଗଞ୍ଜେଇ ପ୍ୟାକିଙ୍ଗ କରୁଥିବାର ପୁଲିସ ଖବର ପାଇଥିଲା। ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋଙ୍କ ନିର୍ଦ୍ଦେଶ କ୍ରମେ ସବଇନିସପେକ୍ଟର ପ୍ରଭାତ ଗୌଡ଼ଙ୍କ ନେତୃତ୍ୱରେ ହାବିଲଦାର ମିହିରି ସାମଲ, କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି, ପଦ୍ମ ନାୟକ ପ୍ରମୁଖ ପୁଲିସ ସଦଳବଳ ସେ ଜଙ୍ଗଲରେ ପହଁଚି ଚଡାଉ କରିଥିଲେ । ପୁଲିସକୁ ଦେଖି ଗଞ୍ଜେଇ ଛାଡ଼ି ଦେଇ ଦୌଡ଼ି ପଳାଉଥିବା ବେଳେ ଜଣଙ୍କୁ ପୁଲିସ ମାଡି ବସିଥିଲା । ଅନ୍ୟ ୭ ଜଣ ଘଞ୍ଚ ଜଙ୍ଗଲରେ ଲୁଚି ପଳାଇ ଯାଇଥିଲେ । ଘଟଣାସ୍ଥଳରୁ ୭୫ କେଜି ଗଞ୍ଜେଇ, ପ୍ରେସର ମେସିନ, ଜ୍ୟାକ ମେସିନ ଜବତ କରିଛନ୍ତି । ମୁରିଆପାଲି ଗ୍ରାମର କୃଷ୍ଣ ମାଡକାମୀଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.