xmas

କ୍ରିଷ୍ଣା ବିକାଶ ଗ୍ରୁପର ପ୍ରଚେଷ୍ଟାରେ ଏଆଇପିଏଚ ବିଶ୍ଵବିଦ୍ୟାଳୟ ପକ୍ଷରୁ ରାଜ୍ୟ ହିମାଳୟ ଯୋଗ ଅଲମ୍ପିଆଡ ୨୦୨୪ ଉଦଘାଟିତ

ଭୁବନେଶ୍ୱର ତା ୨୦/୧୦/୨୪ ରିଖ :-କ୍ରିଷ୍ଣା ବିକାଶ ଗ୍ରୁପର ପ୍ରଚେଷ୍ଟାରେ ଏଆଇପିଏଚ ବିଶ୍ଵବିଦ୍ୟାଳୟ ପକ୍ଷରୁ ରାଜ୍ୟ ହିମାଳୟ ଯୋଗ ଅଲମ୍ପିଆଡ ୨୦୨୪ ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱରରେ ଥିବା ବିଶ୍ଵବିଦ୍ୟାଳୟର ମୁଖ୍ୟ ବ୍ରାଞ୍ଚରେ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଜିର କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ଡ଼ ସମରେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଯୋଗ ବିଭାଗର ଡିନ୍ ପ୍ରଫେସର ଡ଼ ଦିନେଶ ପ୍ରସାଦ ସ୍ୱାଇଁ,ଯୋଗ ଶିକ୍ଷକ ସୁନିଲ କୁମାର ମହାକୁଡ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଏଆଇପିଏଚ ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷ ଯୋଗ ଶିକ୍ଷା କୋର୍ସ ଚାଲୁଥିବାରୁ ଏଭଳି ଏକ ଯୋଗ ସମ୍ଭଧିତ ପ୍ରତିଯୋଗିତାକୁ ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କ ଭିତରେ ଯୋଗ ପ୍ରତି ଆଗ୍ରହ ସୃଷ୍ଟି କରାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ଭାରତୀୟ ସଂସ୍କତିର ପ୍ରଚାର ଓ ପ୍ରସାର ତଥା ରୋଜଗାର କ୍ଷମ କରିବା ଏହି ଯୋଗ କାର୍ଯ୍ୟ କର୍ମରେ ଆଲୋକପାତ କରାଯାଇଥିଲା। ଯୋଗ ଶିକ୍ଷା କେବଳ ଆସନ ପ୍ରାଣାୟମ ମଧ୍ୟରେ ସୀମିତ ନୁହେଁ। ଏଥିରେ ଉଚ୍ଚ ଶିକ୍ଷା ଲାଭ କରି ଜଣେ ନିଜକୁ ସୁସ୍ଥ ରଖିବା ସହିତ ପରିବାର ଓ ସମାଜର କଲ୍ୟାଣ କରିପାରିବ। । ଏତଦ୍ ବ୍ୟତୀତ, ଏଥିରେ ଉଚ୍ଚଶିକ୍ଷା ଲାଭକଲେ ରାଜ୍ୟରେ, ରାଜ୍ୟ ବାହାରେ ଏବଂ ବିଦେଶରେ ମଧ୍ୟ ଅନେକ କଲେଜ ଓ ବିଶ୍ଵବିଦ୍ୟାଳୟରେ ଉଚ୍ଚ ପଦବିରେ ଅଧିଷ୍ଠିତ ହେବାର ସୁଯୋଗ ରହିଛି ବୋଲି ପ୍ରକାଶ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କଲେଜ ଓ ବିଶ୍ଵବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଯୋଗ ପ୍ରତିଯୋଗିତାରେ ଯୋଗ ସମ୍ଭଧିତ ୮ ଟି ଆସନରେ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ମୁଖ୍ୟ ଆସନ ଭିତରୁ ଗରୁଡ଼ା ଆସନ, କୋଣା ଆସନ, ହସ୍ତପାଦ ଆସନ, ସଲଭା ଆସାନ ଓ ଚକ୍ରାସନ ରେ ନିଜର ପାରଦର୍ଶିତା ଦେଖାଇଥିଲେ ଭାଗ ନେଇଥିବା ଛାତ୍ରଛାତ୍ରୀ ।ଯୋଗ ଶିକ୍ଷକ ସୁଶିଲ କୁମାର ମହାକୁଡ଼ ପରିଚାଳନା କରିଥିଲେ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ୧୦୦ ପିଲାଙ୍କ ମଧ୍ୟରୁ ୮ଟି ଗ୍ରୁପର ୨୪ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଚୟନ କରାଯାଇ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଯେଉଁମାନେ କି ବାଙ୍ଗାଲୋରରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ।

Leave A Reply

Your email address will not be published.