xmas

ଦାବି ପୂରଣ ହେବା ପରେ ଆମରଣ ଅନଶନରୁ ହଟିଲେ ସମାଜସେବୀ ସୌମ୍ୟ

ଭୁବନେଶ୍ବର: ପିଲାମାନଙ୍କର ଭବିଷ୍ୟତକୁ ନେଇ ଖେଳାଯାଉଥିବା ଘଟଣାର ଆଜି ପରିସମାପ୍ତି ଘଟିଛି । ଦୀର୍ଘ ଦୁଇ ଦିନ ଧରି ଭି.ଏସ.ଏସ. ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ର ସଂଘ ମିଳିତ ଭାବେ ଯେଉଁ ଶାନ୍ତିପୂର୍ଣ୍ଣ ଧାରଣା କରିଥିଲେ । ଗତକାଲି ବ୍ଲକ ଶିକ୍ଷାଧିକାରୀ ପ୍ରଜ୍ଞା ପରମିତା ଜେନା ଆସି ଆସନ୍ତକାଲି ଜିଲ୍ଲା ଶିକ୍ଷାଧିକାରୀ ଆସି ବିଦ୍ୟାଳୟକୁ ଦୁଇ ଜଣ ଶିକ୍ଷକ ପ୍ରଦାନ କରିବେ ବୋଲି ଦୃଢ଼ ପ୍ରତିଶୃତି ଦେବା ପରେ ଆନ୍ଦୋଳନରତ ଛାତ୍ର ଛାତ୍ରୀମାନେ ଧାରଣାରୁ ହଟିଥିଲେ । କିନ୍ତୁ ସକାଳେ ଆସିବାକୁ କହିଥିବା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରେଇ କାମର ଆଳ ଦେଖାଇ ଚାରିଟା ବେଳକୁ ସ୍କୁଲ ସମ୍ମୁଖକୁ ଆସି ପିଲାମାନଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ପିଲାମାନେ ତାଙ୍କ କଥାରେ ରାଜି ହୋଇନଥିଲେ। ଶେଷରେ ପୁରାତନ ଛାତ୍ର ସଂସଦ ସଭାପତି ତଥା ଅଭିଭାବକ ଓ ପୁରାତନ ଛାତ୍ର ସଂସଦ ସଭାପତି ସୌମ୍ୟ ରଞ୍ଜନ ପ୍ରଧାନ ଦାବି ରଖିଥିବା ଦୁଇ ଜଣ ଶିକ୍ଷକ ନିଯୁକ୍ତି ନେଇ ଦଶ ଦିନ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ନିଜ ହାତରେ ଲେଖିକି ଦେବା ପରେ ସମସ୍ତେ ଧାରଣାରୁ ହଟିଥିଲେ । ଏହାପରେ ପୁରାତନ ଛାତ୍ର ସଂସଦ ସଭାପତି ସୌମ୍ୟ ରଞ୍ଜନ ପ୍ରଧାନ ଛୋଟ ପିଲା ମାନଙ୍କ ହାତରୁ ପାଣି ପିଇ ଆମରଣ ଅନଶନରୁ ହଟିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଆଗାମୀ ଦିନରେ ସ୍କୁଲର ସାମଗ୍ରିକ ବିକାଶ ନେଇ ଖସଡ଼ା ପ୍ରସ୍ତୁତ କରିବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ । ତାପରେ ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଧାରଣାରୁ ହଟିଥିଲେ ।

Leave A Reply

Your email address will not be published.