ମାଲକାନଗିରି, ୨୭।୧୦: ମାଲକାନଗିରି ଜିଲ୍ଲା ସଦରରେ ଜାୱା କମ୍ପାନୀର ମୋଟର ସାଇକେଲ ସୋରୁମ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଆରୋକ୍ଷି ଅଧିକ୍ଷକ ତପନ ନାରାୟଣ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଚାମ୍ବର ଅଫ କମର୍ଷ ସଭାପତି ସୁରେଶ ସୋମାନୀ ଏବଂ ଲୋକ ନାଥ ପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ସୋରୁମର ଉଦଘାଟନ କରିଥିଲେ। ଏହି ଅବସରରେ ସୋରୁମର ମାଲିକ ସୌମ୍ୟ ରଂଜନ ସାହୁ, ଦୀପ୍ତି ରଞ୍ଜନ ବିଶ୍ଵାଳ, ପ୍ରଭାତ ସାହୁ କମ୍ପାନୀ ସଦସ୍ୟ, ସୁବ୍ରତ ଗନ୍ତାୟତ, ସନ୍ତୋଷ କୁଲଦୀପ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଜିଲ୍ଲାରେ ଜାୱା କମ୍ପାନୀର ଏହା ପ୍ରଥମ ସୋରୁମ ହୋଇଥିବା ବେଳେ ଏହି ଗାଡି କ୍ରୟ ପାଇଁ ଇଛୁକ ବ୍ୟକ୍ତି ଓ ଏହି ଗାଡି ରଖିଥିବା ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।
