ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ

ମାଲକାନଗିରି, ୨୯/ ୧୦./୨୦୨୪: ୨୯.୧୦.୧୯୯୯ ମସିହା ମହାବାତ୍ୟାରେ ଓଡିଶା ରେ ବହୁତ ଧାନ ଜୀବନ ନଷ୍ଟ ହୋଇଥିଲା। ସେହି ମହାବାତ୍ୟାରେ ମଧ୍ୟ ୧୦୦୦୦ ଜୀବନ ହାନି ହୋଇଥିଲା । ସେହି ଅମୂଲ୍ୟ ଜୀବନକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଓ ଆଗାମୀ ବିପର୍ଯ୍ୟୟ ପାଇଁ ନିଜକୁ ପ୍ରସ୍ତୁତି କରିବା ଉଦ୍ଦେଶ୍ୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପ୍ରତିବର୍ଷ ପାଳନ କରାଯାଇ ଅଛି ।

ପ୍ରତି ବର୍ଷ ପରି ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ଜିଲ୍ଲା ସ୍ତରରେ ଏବଂ ସମସ୍ତ ପଞ୍ଚାଯତ ସମିତି, ପୌର ପରିଷଦ ଓ ବିଜ୍ଞାନପିତ ଅଞ୍ଚଳ ପରିଷଦସ୍ତରରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ହୋଇଯାଇଛି। ଏହି ପାଳନ ଅବସରରେ ସର୍ବସାଧାରଣଙ୍କୁ ସଚେତନ କରାଇ ଆଗାମୀ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଓ ପ୍ରସ୍ତୁତିକୁ ସୁଦୃଢୀକରଣ କରିବା ପାଇଁ ପ୍ରୟାସ କରଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ଗତକାଲି ତା ୨୮.୧୦.୨୦୨୪ ରିଖରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗୀତା ହୋଇଯାଇଛି । ଏହି ପ୍ରତିଯୋଗୀତା ପାଇଁ ବିଷୟ ବସ୍ତୁ “ଆଗୁଆ ପଦକ୍ଷେପ ପାଇଁ ପ୍ରାକ ସତର୍କ ସୂଚନା” ରଖାଯାଇଥିଲା। ଆଜି ତା ୨୯.୧୦.୨୦୨୪ ମହାବାତ୍ୟାର ୨୫ ବର୍ଷ ପୂର୍ତ୍ତି ଅବସରରେ ସକାଳ ୭ ଘଟିକା ୩୦ ମିନିଟ ସମୟରେ ଏକ ଛୋଟ ଦୌଡ ପ୍ରତିଯୋଗୀତା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରୁ ଜିଲ୍ଲା ପରିଷଦ ମାଲକାନଗିରି ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ଦିବସ ପାଳନ ଉପଲକ୍ଷେ କରାଯାଇଛି। ତତ ପରେ ଏକ ଜିଲ୍ଲା ଆପଦା ମିତ୍ର ଓ ସ୍ଵେଚ୍ଛାସେବୀଙ୍କୁ ନେଇ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରୁ ଜିଲ୍ଲା ପରିଷଦ ମାଲକାନଗିରି ପର୍ଯ୍ୟନ୍ତ କରାଯାଇଛି। ପରେ ପରେ ଏକ ମକଡ୍ରିଲର ଆୟୋଜନ ମାଲକାନଗିରି ଅଗ୍ନିଶମ ଓ ଆପଦା ମିତ୍ର ସ୍ଵେଚ୍ଛାସେବୀ ମାନଙ୍କୁ ନେଇ କରାଯାଇଥିଲା । ଏହି ଅଭ୍ୟାସରେ ବିଭିନ୍ନ ଉପକରଣ ମାନଙ୍କର ସୁପରିଚାଳନା ବିଷୟରେ ଅବଗତି କରାଇ କେମିତି ତାହାର ବ୍ୟବହାର ବିପର୍ଯ୍ୟୟ ସମୟରେ ହୋଇପାରିବ ପ୍ରଦର୍ଶନ କରଯାଇଥିଲା । ଏହି କାର୍ଯ୍ଯକ୍ରମ ଅତିତିକ୍ତ ଜିଲ୍ଲାପାଳଙ୍କ ଶ୍ରୀ ବେଦବର ପ୍ରଧାନ ଅଧ୍ୟକ୍ଷତାରେ ଅନ୍ୟାନ୍ନ ପଦଧିକାରୀ ଯଥା ଶ୍ରୀ ସଂଜୀବ କୁଲୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଖେଳ ଅଧିକାରୀ (ସ୍ପୋର୍ଟ୍ସ), ଜିଲ୍ଲା ରେଡକ୍ରସ ସଂସ୍ଥାର ସମ୍ପାଦକ ଇତ୍ୟାଦିଙ୍କ ଉପସ୍ଥିତରେ କରଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଏକ ଭିଡିଓ କନଫରେନ୍ସ ଜରିଆରେ ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପାଳନ କରଯାଇଥିଲା। ଜିଲ୍ଲାପାଳ ଶ୍ରୀ ଆଶୀଷ ଇଶ୍ଵର ପଟେଲ ଓ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ଏଥିରେ ଯୋଗ ଦେଇଥିଲେ।

Leave A Reply

Your email address will not be published.