ଗଙ୍ଗୁଆ କେନାଲରେ ବୁଡ଼ି ଯୁବକ ମୃତ

ପଥରବନ୍ଧ ଅଞ୍ଚଳର ଦିପୁନା ବେହେରା ଅନ୍ୟ ଦିନ ପରି ଆଜି ମଧ୍ୟ ସନ୍ଧ୍ୟାରେ ଚକେଇସିହାଣୀ ନିକଟ ଦେଇ ପ୍ରବାହିତ ଗଙ୍ଗୁଆ ନାଳକୁ ମଇଁଷିପଲଙ୍କୁ ଧୋଇବାକୁ ଯାଇଥିଲେ। ଏହି ସମୟରେ ସେ କୌଣସି କାରଣରୁ ଗଭୀର ପାଣିରେ ଖସି ପଡ଼ିଥିଲେ। ଅଗ୍ନିଶମ ବାହିନୀ ଦିପୁନାଙ୍କର ମୃତଦେହ ଉଦ୍ଧାର କରିଛି।

ଭୁବନେଶ୍ବର: ଚକେଇସିଆଣି ଗଙ୍ଗୁଆ କେନାଲରେ ଶନିବାର ଏକ ବଡ଼ ଅଘଟଣ ଘଟିଛି। କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନ ଚକେଇସିଆଣି ଗଙ୍ଗୁଆ କେନାଲରେ ଶନିବାର ସନ୍ଧ୍ୟାରେ ଜଣେ ଯୁବକ କେନାଲରେ ବୁଡ଼ିଯାଇଛନ୍ତି। ସଂପୃକ୍ତ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଚକେଇସିହାଣୀ ପଥରବନ୍ଧ ବେହେରା ସାହିର ଦିପୁନା ବେହେରା ।

ସୂଚନା ଅନୁସାରେ ପଥରବନ୍ଧ ଅଞ୍ଚଳର ଦିପୁନା ବେହେରା ଅନ୍ୟ ଦିନ ପରି ଆଜି ସନ୍ଧ୍ୟାରେ ଚକେଇସିହାଣୀ ନିକଟ ଦେଇ ପ୍ରବାହିତ ଗଙ୍ଗୁଆ କେନାଲକୁ ମଇଁଷିପଲଙ୍କୁ ଧୋଇବାକୁ ଯାଇଥିଲେ। ଏହି ସମୟରେ ସେ କୌଣସି କାରଣରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଆସିବାରୁ ପରିବାର ଲୋକଙ୍କ ‌ସନ୍ଦେହଜାତ ହୋଇଥିଲା। ପରିବାର ଲୋକେ ଏଣେତେଣେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନଥିଲେ। ଦିପୁନା କେନାଲରେ ମଇଁଷିପଲ ଧୋଉଥିବା କିଛି ଲୋକ ଦେଖିଥିଲେ। ସେମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚିଥିଲେ। ବହୁ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ଦିପୁନାଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ତେବେ ଯୁବକ ଜଣକ ଦିବ୍ୟାଙ୍ଗ ହୋଇଥିବା ଜଣାପଡ଼ିଛି। ସେ କଥା କହିପାରନ୍ତିନି କିମ୍ବା ଶୁଣିପାରନ୍ତିନି।

ଦିପୁନା ବେହେରା ‌ହେଉଁଛନ୍ତି ଜଣେ ମଇଁଷି ପାଳକ। ସେ ପ୍ରତିଦିନ ଭଳି ଆଜି ମଧ୍ୟ ମଇଁଷି ଚରାଇବାକୁ ଯାଇଥିଲେ। ଆଜି ସନ୍ଧ୍ୟାରେ ସେ ମଇଁଷିପଲକୁ କେନାଲରେ ଧୋଇବାକୁ ନେଇଥିଲେ। ଏହି ସମୟରେ ସେ ବୁଡ଼ି ଯାଇଥିଲେ।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ମଞ୍ଚେଶ୍ୱର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.