ମାଲକାନଗିରିରେ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ

ମାଲକାନଗିରି, ୪।୧୧ ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକର୍ମରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ, ନିର୍ଵାଚନ ରିଟର୍ଣ୍ଣିଙ୍ଗ ଅଫିସର ଅରୁଣ ଭଟ ମିଶ୍ର, ଜିଲ୍ଲା ସଭାପତି ନିମାଇଁ ପାଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାମଲ ସୁନାନୀ, ଅଶୋକ ପରିଡା, ଗୁରୁଚରଣ ମହାନ୍ତି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଥମେ ସଭାପତି ମଞ୍ଚସିନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ପରେ ନିର୍ଵାଚନ ଅଫିସର ଶ୍ରୀ ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ ଏଥି ସହିତ ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ ସଦସ୍ୟତା ଅଭିଯାନ ଉପରେ ବକ୍ତବ୍ୟ ରଖିଥିଲେ । ସର୍ବଶେଷରେ ଶ୍ରୀ କର ନିଜ ବକ୍ତବ୍ୟରେ ସଦସ୍ୟତା ଉପରେ ଆଲୋକପାତ କରାଇବା ସହିତ ଆଗକୁ ଆହୁରି ଅଧିକ ସଦସ୍ୟତା ନିମନ୍ତେ ପରାମର୍ଶ ଦେଇଥିଲେ । ଆଗକୁ କିପରି ଅଧିକରୁ ଅଧିକ ଆକ୍ଟିଭ ମେମ୍ବର ହୋଇପାରିବେ ତତ ସହିତ ଯେଉଁମାନେ ଆକ୍ଟିଭ ମେମ୍ବର ପାଇଁ ଅଳ୍ପକିଛି ବାକି ଅଛନ୍ତି ସେମାନଙ୍କୁ ମଣ୍ଡଳ ସଭାପତି ଓ ସଂଯୋଜକ ସାହାଯ୍ୟ କରିବା ପାଇଁ କହିଥିଲେ। ଯଦି ଜଣେ ନଭେମ୍ବର ୨୫ ପୂର୍ବରୁ ଆକ୍ଟିଭ ମେମ୍ବର ହେବାକୁ ଚାହୁଁଛନ୍ତି ତାହେଲେ ସେମାନେ ସର୍ବନିମ୍ନ ୫୦ଜଣ ସକ୍ରିୟ ସଦସ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ ଜିଲ୍ଲାର ସମ୍ପାଦକ ମାଣିକ ଚକ୍ରବତ୍ତୀ, ଜିଲା କୋଷାଧ୍ୟକ୍ଷ ସଞ୍ଜୟ ସରକାର, ଅକ୍ଷୟ କୁମାର ବିଶ୍ବାଳ, ଭବାନୀ ମୁଖାର୍ଜୀ ଏବଂ ୧୭ଟି ମଣ୍ଡଳର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.