ମାଲକାନଗିରି: ତାମିଲନାଡୁରେ ମାଲକାନଗିରି ଜିଲ୍ଲାର ୪ ସାମ୍ବାଦିଙ୍କ ଗାଡି ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ-ବୋଲେରୋ କାର ହୋଇ ଏହି ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣ ସାମ୍ବାଦିକ କାଲିମେଳା ବ୍ଲକ ପ୍ରତିନିଧି ଓ ପୋଟେରୁ ଖବର ଦାତାଙ୍କ ସହ ଅନ୍ୟ ଦୁଇଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଆହତ ମାନେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ସୌରଭ ମଣ୍ଡଳ, ବିଦ୍ୟୁତ ବୈରାଗୀ, ପ୍ରଶାନ୍ତ ସାହୁ, ରାଜେଶ ଓଝା ।
ରାମେଶ୍ବରମ ରାମାପୁରମ ନିକଟରେ ଘଟିଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ରାମନାଡ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ରହିଥିବା ଜଣାପଡିଛି । ସାହାଯ୍ୟ ପାଇଁ ସାମ୍ବାଦିକ ଓ ପରିବାର ଲୋକେ ଓଡିଶା ସରକାରଙ୍କ ସହଯୋଗ ଲୋଡିଛନ୍ତି । ତାମିଲନାଡୁକୁ ଏହି ସାମ୍ବାଦିକ ମାନେ ରାମେଶ୍ବରମ ଦର୍ଶନ ଲାଗି ସମସ୍ତ ଯାଉଥିଲେ । ତେବେ ଏନେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବା ସହ ତାମିଲନାଡୁର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ତାମିଲନାଡୁ ପ୍ରଶାସନଙ୍କ ସହ କିଭଳି ଉତ୍ତମ ଚିକିତ୍ସା ଦିଆଯିବ ସେ ନେଇ ଆଲୋଚନା କରିଥିଲେ ବୋଲି ମାଲକାନଗିରି ବିଧାୟକ ନରସିଂହ ମାଡକାମି ସୂଚନା ଦେଇଛନ୍ତି । ବିଭାଗ ପକ୍ଷରୁ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି। ସ୍ଥାନୀୟ ବିଧାୟକ ନରସିଂହ ମାଡକାମୀ ମଧ୍ୟ ଏହି ଘଟଣାରେ ତତ୍ପରତା ଦେଖାଇ ପଦକ୍ଷେପ ନେଇଛନ୍ତି। ତେବେ ଏନେଇ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନେ ମଧ୍ୟ ତତ୍ପର ହୋଇ ଯେପରି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ସୁବିଧା ମିଳି ପାରିବ ସେନେଇ ସହଯୋଗର ହାତ ବଢାଇଛନ୍ତି।