ମାଲକାନଗିରି: ଜିଲ୍ଲା ଆଇନସେବା ପ୍ରାଧିକରଣର ଆନୁକୁଲ୍ୟରେ ତଥା ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବିଚାରପତି ଶାନ୍ତନୁ କୁମାର ଦାଶଙ୍କ ପୌରହିତ୍ୟରେ ଜିଲ୍ଲା ଅଦାଲତରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇ ଯାଇଛି। ଜିଲ୍ଲା ଅଦାଲତରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସମସ୍ତ ବିଚାରପତି ତଥା ଜିଲ୍ଲା ଅଦାଲତ ଓ ଆଇନସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ଶପଥ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗ ଅଧିକାରୀ ସତ୍ୟପ୍ରିୟ ଦାସ, ଆଇନସେବା ପ୍ରାଧିକରଣର ସଚିବ ତଥା ନିରନ୍ତର ଲୋକ ଅଦାଲତର ବିଚାରପତି ସୁଶ୍ରୀ ସଂଗୀତା ପାତ୍ର, ମହିଳା ଅଦାଲତର ବିଚାରପତି ବବିତା ସାହୁ, ବରିଷ୍ଟ ଦେୱାନୀ ବିଚାରପତି ବିଜୟ କୁମାର ଦାସ, ରେଜିଷ୍ଟ୍ରାର ତଥା ବିଚାରପତି ରୁଦ୍ରପ୍ରକାଶ ନାୟକ ଓ ଉପଖଣ୍ଡ ଦଣ୍ଡାଧିକlରି ପ୍ରତିମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.