ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ମାଲକାନଗିରି ତା ୦୮.୧୧.୨୪: ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ.ଭି-୧୫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ଧର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏସ. ତଣ୍ଡାପାଲ୍ଲୀ ସମିତି ସଭ୍ୟ ଅନିମା ସରକାର, ବ୍ଲକ ବିଧାୟକ ପ୍ରତିନିଧି ସତ୍ୟ ସରଣ ପାଲ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୌରାଙ୍ଗ ସଜ୍ଜନ, ଡି.ଏସ.ଏସ ଶରତ କୁମାର ଦାସ, ସାମ୍ବାଦିକ ଦେବ ପ୍ରସାଦ ଦାସ ଯୋଗ ଦେଇ ବିଜ୍ଞାନ ମେଳାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏଥିରେ ମାଲକାନଗିରି ବ୍ଲକର ବିଭିନ୍ନ ବିଦ୍ୟାଳୟର ମୋଟ ୧୭୪ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଏଥିରେ ଯୋଗ୍ୟ ବିବେଚିତ ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ, ପରିଷ୍କାର ଓ ପରିଛନ୍ନତା, ସାଧନ ପରିଚାଳନା ଓ ଜୈବିକ ଚାଷ ଭଳି ବିଭିନ୍ନ ପ୍ରକାରର ୭ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଛନ୍ତି । ବିଚାରକ ଭାବରେ ବାଲିମେଳା ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ନିଶାମଣି ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.