ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ରାଜ୍ୟ କର୍ମକର୍ତ୍ତା ନିର୍ବାଚନ

ଅନିରୁଦ୍ଧ ସଭାପତି ଓ ଗୋପବନ୍ଧୁ ସମ୍ପାଦକ

ଭୁବନେଶ୍ୱର: ଓଡିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୁନରେ କାର୍ଯ୍ୟରତ ପ୍ରାୟ ୪୫୦୦ ପରିଚାଳନା କର୍ମଚାରୀ (ରାଜ୍ୟସ୍ତରରୁ ବ୍ଲକସ୍ତର ପର୍ଯ୍ୟନ୍ତ)କୁ ନେଇ ଗଠିତ ଓଡିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରି ସଂଘର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ସମସ୍ତ ୩୦ ଜିଲ୍ଲାରେ ଅକ୍ଟୋବର ୬ ତାରିଖରେ ବ୍ୟାଲଟ ଭୋଟ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।

ସଂଘ ୨୦୧୫ ମସିହାରୁ ପଞ୍ଜିକରଣ ହୋଇ ଆଜି ପର୍ଯ୍ୟନ୍ତ ପୁର୍ବ ଚୟନିତ କମିଟି ଦ୍ଵାରା ପରିଚାଳିତ ହେଉଥିବା ବେଳେ ପ୍ରଥମ ଥର ଚଳିତ ବର୍ଷ ଏହାର ସିଧାସଳଖ ସଧାରଣ ନିର୍ବାଚନ କରାଯାଇଥିଲା ସମସ୍ତ ବ୍ୟାଲଟର ଗଣତି ପରେ ଅକ୍ଟୋବର ୧୫ ତାରିଖ ଘଷଣା ମୁତାବକ ବାଲେଶ୍ବର ଜିଲ୍ଲା ସୋମୁଳିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ହିସାବ ପରିଚାଳକ ଶ୍ରୀ ଅନୁରୂଦ୍ଧ ପଣ୍ଡା ସଭାପତି, ବଲାଙ୍ଗିର ଜିଲ୍ଲାର ଡାଟା ପରିଚାଳକ ଶ୍ରୀ ନବୀନ କିଶୋର ବେହେରା ଉପ ସଭାପତି, କଳାହାଣ୍ଡି ଜିଲ୍ଲାର ବ୍ଲକ ଡାଟା ପରିଚାଳକ ଶ୍ରୀ ଗୋପବନ୍ଧୁ କର ସଂପାଦକ, ସୁନ୍ଦରଗଡ ଜିଲ୍ଲା ଯକ୍ଷ୍ମା ପରିଦର୍ଶକ ଶ୍ରୀ ପ୍ରଦୀପ ମଲ୍ଲ ସହ-ସଂପାଦକ, ପୁରୀ ଜିଲ୍ଲା ନିମାପଡା ବ୍ଲକ ହିସାବ ପରିଚାଳକ ଶ୍ରୀ ଅଶୁତୋଷ ମିଶ୍ର କୋଷାଦ୍ଦକ୍ଷ ଓ ଗଞ୍ଜାମ ଜିଲ୍ଲାର ସହ କାର୍ଯ୍ୟକ୍ରମ ପରିଚାଳକ କ୍ଵାଲିଟି ଶ୍ରୀ ସଂଜୟ ପରିଡା ରାଜ୍ୟ ଆବାହକ ଭାବେ ନିର୍ବାଚିତ ହୋଇଥିଲେ ଏଥୁ ସହିତ ୬ଟି କାର୍ଯ୍ୟକାରୀ ସମିତି ସଦସ୍ୟ ଭାବେ ଶ୍ରୀ ଶିବ ନାରାୟଣ ଦଉ(ବାରିପଦା), ଶ୍ରୀ ଆଶିଷ କୁମାର ମିଶ୍ର(ବ୍ରହ୍ମପୁର) ଶ୍ରୀ ବିନୟ କୁମାର ବାଞ୍ଛର (ସମ୍ବଲପୁର), ଶ୍ରୀ ଲଲିତ ମୋହନ ସାହୁ (ଭୁବନେଶ୍ବର), ପ୍ରୀତି ରଞ୍ଜନ ମହାନ୍ତି (କୋରାପୁଟ), ଦିଲ୍ଲୀପ ଦୁବେ (ବଲାଙ୍ଗିର) ନିର୍ବାଚିତ ହୋଇଛନ୍ତି ।

ସମସ୍ତ ନୁତନ କର୍ମକର୍ତ୍ତାଙ୍କୁ ସାରା ଓଡିଶାର କୋଣ ଅନୁକୋଣରୁ ସଂଘର୍ବ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ଏହି ନିର୍ବାଚନକୁ ପରିଚାଳନା କରିବା ପାଇଁ ଏକ ୧୩ ଜଣିଆ ନିର୍ବାଚନ ସମିତି ଗଠନ ହୋଇଥିଲା ଯାହାର ଅଧକ୍ଷ ଯୁଗଳ ସାହୁ ଓ ଉପାଧ୍ୟକ୍ଷ ଭାବ ଶିବ ରଥ ନିର୍ବାଚନ ପରିଚାଳନା କରିଥିଲେ। ନିର୍ବାଚନ ପରବର୍ତୀ ଆଜି ୦୯/୧୧/୨୪ ରିଖ ସଂଘର ପ୍ରଥମ ପରିଚାଳନା ପରିଚାଳନା ପରିଷଦ ବୈଠକ ତଥା ଶପଥ ଗ୍ରହଣ ସମାରହ ଅଭିରାମ ପରମହଂସ ଆଶ୍ରମ, ଖଣ୍ଡଗିରି, ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା, ନୁତନ କର୍ମଚାରୀ ମାନେ ଶପଥ ଗ୍ରହଣ କରି ଦାୟିତ୍ଵ ନେବାପରେ ସଭାପତି ଅନିରୁଦ୍ଧ ପଣ୍ଡା ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଦୀର୍ଘ ୧୮ ବର୍ଷ ହେବ ସ୍ବାସ୍ଥ୍ୟ ମିଶନ ଅଧ୍ଵନ ରେ ବ୍ଲକ ଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ଡାକ୍ତରଖାନରେ ମ୍ୟାନେଜମେନ୍ଟ କର୍ମଚାରୀ ମାନେ କାର୍ଯ୍ୟରତ।

ଉଚ୍ଚ ଶିକ୍ଷିତ, ଦକ୍ଷ କର୍ମଚାରୀ ଯେଉଁ ମାନେ ଯୁବ ଅବସ୍ଥାରେ ଚାକିରି ଆରମ୍ଭ କରିଥିଲେ ଆଜି ସେମାନଙ୍କର ହାରାହାରୀ ବୟଷ ୪୫ ବର୍ଷ ହେଲାଣି । ଯେଉଁ ମାନଙ୍କରେ ଅଗମ୍ୟ ଉଦ୍ୟମ କାରଣ ରୁ ସ୍ୱାସ୍ଥ୍ୟ ବିଭାଗ ଅନେକ ସଫଳତା ହାସଲ କରି ଅନେକ ବାର ଜାତୀୟସ୍ତରରେ ପୁରସ୍କୃତ ହୋଇଛି । -ମାତୃ ଓ ଶିଶୁ ମର୍ତ୍ତ୍ୟହାରକୁ ଆଦୃଶିଆ ଭାବେ ହ୍ରାସ କରିବା, ଯକ୍ଷ୍ମା ନିରାକରଣ, କୁଷ୍ଠ ନିରାକରଣ, ମାନସିକ ରୋଗ କାର୍ଯ୍ୟକ୍ରମ, ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଆଦି ଓଡିଶାର ଅନକ ଡାକ୍ତରଖାନ ସ୍ଵଚ୍ଛତା ଓ କାୟାକଳ୍ପ ପୁରସ୍କାର ପାଇବା ଓ ଏନ. କ୍ୟୁ. ଏ. ଏସ. ରେ ମଦ୍ଧ ସଫଳତାର ସହିତ କାର୍ଯ୍ୟ କରୁଛନ୍ତି। ବାତ୍ୟା ଓ ବନ୍ୟା ସହିତ ସମସ୍ତ ପ୍ରକାର ଏପିଦେମିକ ମୁକାବିଲା ୨୦୦୬ରୁ କରିଆସୁଛନ୍ତି। କରୋନା ମାହାମାରୀ ମୁକାବିଲାରେ ସାରା ଦେଶରେ ଉଦାହାରାଣ ସୃଷ୍ଟି କରିଥିଲେ ଯାହା କେବଳ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ପରିଚାଳନା କର୍ମଚାରୀ ମାନଙ୍କ ପାଇଁ ସମ୍ଭବ ହୋଇଥିଲା।

ଗତ ଅଗଷ୍ଟ ମାସ ୨୦୨୧ରେ ଓଡିଆ ସରକାର ଠିକା ପ୍ରଥା ଉଠାଇଦେବାର ନାରା ଦେଇ ପ୍ରାୟ ସମସ୍ତ ବିଭାଗରୁ ୫୮୦୦୦ କର୍ମଚାରୀଙ୍କୁ ସ୍ତାୟିତ କରିଥିଲେ କିନ୍ତୁ କେବେଳ ସ୍ବାସ୍ଥ୍ୟ ମିଶନ ଅଧ୍ଵନରେ କାର୍ଯ୍ୟରତ ପ୍ରାୟ ୪୫୦୦ କର୍ମଚାରିଙ୍କୁ-ବାଦ ଦେଇଥିଲେ ସତରେ
କଣ ଆମେ ସରକାରଙ୍କ ପାଇଁ କାର୍ଯ୍ୟ କରୁନାହୁଁ। ସ୍ୱାସ୍ଥ୍ୟ ବିଭାଗ ଗୋଟେ ଅତ୍ୟନ୍ତ ଜରୁରି କାଳୀନ ବିଭାଗ ଅଟେ ଆଉ ଲୋକଙ୍କ ସେବାରେ ସବୁବେଳେ ଉତ୍ସର୍ଗୀକୃତ । ଆମର ସରକାରଙ୍କ ପାଖରେ ଏତିକି ନିବେଦନ ରହିବ ତୁରନ୍ତ ସରକାର ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ୪୫୦୦ କର୍ମଚାରୀ ଙ୍କୁ ସ୍ଥାୟୀ କରନ୍ତୁ ଆଉ ତାଙ୍କ ଉପରେ ନିର୍ଭରଶୀଳ ପ୍ରାୟ ୨୦୦୦୦୦ ଲୋକଙ୍କ ମୁହଁରେ ହସ ଫୁଟାନ୍ତୁ।

Leave A Reply

Your email address will not be published.