ନିରଞ୍ଜନ ସାହୁଙ୍କୁ ଅନୁପମା ଦେବୀ ସ୍ମୃତି ସମ୍ମାନ
କଟକ,ତା ୧୦।୧୧: ସାମାଜିକ ସଂଗଠନ ‘ଆମ ସମ୍ବଳ’ର ତୃତୀୟ ବାର୍ଷିକ ଉତ୍ସବ ରାଧାନାଥ ଅଡିଟୋରିୟମ ପରିସରରେ ରବିବାର ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ସୁଶାନ୍ତ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ କଟକ ମହାନଗର ନିଗମର ମେୟର ସୁବାସ ଚନ୍ଦ୍ର ସିଂହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବିଶ୍ୱଜିତ ଘୋଷ, ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ଅଧ୍ୟକ୍ଷା ଡକ୍ଟର ନିବେଦିତା ଗୁରୁ, ଅବସରପ୍ରାପ୍ତ ସହକାରୀ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ଖୁଣ୍ଟିଆ, କର୍ପୋରେଟର ଗଗନ ଓଝା ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ମୁଖପତ୍ର ‘ଆମ କଥା’ ଉନ୍ମୋଚନ କରିଥିଲେ ।
ଏହି ଅବସରରେ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି କେନ୍ଦୁଝର ଜିଲ୍ଲାର ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ସାହୁଙ୍କୁ ଅନୁପମା ଦେବୀ ସ୍ମୃତି ସମ୍ମାନ-୨୦୨୪ରେ ପ୍ରଦାନ କରାଯାଇଥିଲା । ସେହିପରି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସମ୍ବଲପୁର ଜିଲ୍ଲାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗତସିଂହପୁର ଜିଲ୍ଲାର ସ୍ନେହମୟୀ ଆଚାର୍ଯ୍ୟଙ୍କୁ ଉମାଦେବୀ ସ୍ମୃତି ସମ୍ମାନ-୨୦୨୪, ସ୍ୱାସ୍ଥ୍ୟ କ୍ଷେତ୍ରରେ ବରିଷ୍ଠ ଚିକିତ୍ସକ ଦେବୀପ୍ରସାଦ ଆଚାର୍ଯ୍ୟଙ୍କୁ ସୁଧାକର ସ୍ମୃତି ସମ୍ମାନ-୨୦୨୪ ଏବଂ ସାମ୍ବାଦିକତା କ୍ଷେତ୍ରରେ ଦୈନିକ ଖବର କାଗଜ ‘ପ୍ରମେୟ’ର ବରିଷ୍ଠ ସାମ୍ବାଦିକ ତଥା ଉପ-ମହାପ୍ରବନ୍ଧକ ମାନସ କୁମାର ପଣ୍ଡାଙ୍କୁ ନାରଦ ସମ୍ବଳ ସମ୍ମାନ-୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉପ ସଭାପତି ବିକ୍ରମ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ମାନସ ରଂଜନ ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଫେସର ଆଲୋକେଶ ରାୟ ‘ଆମ କଥା’ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ଅନୁଷ୍ଠାନର ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଆଇନଜୀବୀ ଶୁଭାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଓମ ପ୍ରକାଶ ରାଉତ, ଦେବେନ୍ଦ୍ର ମୋହନ ଗମାଙ୍ଗ, ଲକ୍ଷ୍ମୀଧର ଦାସ, ସୁଶାନ୍ତ ଜେନା, ସୁଭ୍ରାନ୍ତ କୁମାର ଦାସ, ଜ୍ଞାନ ରଞ୍ଜନ ବେହେରା, ବିନିତା ନନ୍ଦୀ, ଅନୁସୂୟା ପରିଡ଼ା, ମନ୍ମଥ ସାହୁ, ବିଜୟ କୁମାର ନାଥ, ପୁଷ୍ପାଙ୍କ ବାନାର୍ଜୀ, ଗୀତାଞ୍ଜଳି ମିଶ୍ର, ପ୍ରଭାସିନୀ ଜେନା, ସୁସ୍ମିତା ମହାନ୍ତି, ମହାଶିଷ ପ୍ରସାଦଙ୍କ ସହ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟ ଏବଂ ରାଧାନାଥ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଗୁରୁ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।