୫୩ତମ ବାର୍ଷିକ ସମ୍ମିଳନୀ ନିମନ୍ତେ ଖବରଦାତା ସମ୍ମିଳନୀ

ମାଲକାନଗିରି, ତା. ୧୧.୧୧.୨୦୨୪: ନିଖିଳ ଓଡିଶା ଆଇନଜୀବୀ ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ମାଲକାନଗିରିରେ ଡିସେମ୍ବର ୨୯ ଓ ୩୦ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଲଏର ଆସୋସିଏସନ ସଭାପତି ନୃସିଂହ ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଖବରଦାତା ସମ୍ମିଳନୀରେ ରାଜ୍ୟ ସଙ୍ଘ ଅଧ୍ୟକ୍ଷ ଜ୍ଞାନ ରଂଜନ ମହାନ୍ତି, ସାଧାରଣ ସମ୍ପାଦକ ସଞ୍ଜିତ ପାଣିଗ୍ରାହୀ, ଉପ ସଭାପତି ଜଗନ୍ନାଥ ମିଶ୍ର, ସମ୍ପାଦକ ମନୋରଞ୍ଜନ ମହାନ୍ତି, ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର, ସହ ସମ୍ପାଦକ ମଧୁସୂଦନ ପଣ୍ଡା, ସାଙ୍ଗଠନିକ ସମ୍ପାଦକ ମୋହନ କୁମାର ପଣ୍ଡା ପ୍ରମୁଖ ରାଜ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମେତ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଏଥି ସହ ସୁପ୍ରିମକୋର୍ଟ ବିଚାରପତି, ସୁପ୍ରିମକୋର୍ଟ ସଭାପତି କପିଳ ଶିବଲ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ ମାନେ ଯୋଗ ଦେବା କାର୍ଯ୍ୟକ୍ରମ ଥିବା ସଙ୍ଘ ସଭାପତି ଜ୍ଞାନ ରଂଜନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ମାନଙ୍କ ସୁରକ୍ଷା ଆଇନି, ସ୍ୱାସ୍ଥ୍ୟ ବୀମା ଭଳି ବହୁ ସମସ୍ୟା ଉପରେ ଆଲୋଚନା ହେବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସାମ୍ବାଦିକ ବନ୍ଧୁ ମାନଙ୍କୁ ଅନୁରୋଧ କରାଯାଇଥିଲା। ଖବରଦାତା ସମ୍ମିଳନୀରେ ମାଲକାନଗିରିର ଲଏର ଆସୋସିଏସନର ସମ୍ପାଦକ ଲମ୍ବୋଧର ତୁରୁକୁ, ଲଏର ଆସୋସିଏସନର କାର୍ଯ୍ୟକାରୀ ସଭାପତି ଜୋସେଫ ଯେମମ୍ସ,, ଜିଲା ଓକିଲ ସଂଘର ସମ୍ପାଦକ ବିଜୁ ସରକାର, ସହକାରୀ ସମ୍ପାଦକ ଭାଵତୋଷ ବିଶ୍ୱାସ, ମୁସ୍କାନ ଦେବନାଥ ମହେଶ୍ୱର, ରବୀନ୍ଦ୍ର ନାଏକ ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.