ମାଲକାନଗିରି: ମାନ୍ୟବର ଉଚ୍ଚ ନ୍ୟାୟଳୟ ଓଡିଶା କଟକଙ୍କ ଆଦେଶକ୍ରମେ ତଥା ଜିଲ୍ଲା ଅଦାଲତଙ୍କ ଆନୁକୁଲ୍ୟରେ ଏଵଂ ଜିଲ୍ଲା ଓ ଦୌରା ଜଜ୍ ଡ. ପ୍ରଶନ୍ନ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଅଧିକାଂଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁରସ୍କାର ବିତରଣ ସମାରୋହ ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶାନ୍ତନୁ କୁମାର ଦାସ, ମୁଖ୍ୟ ବିଚାର ବିଭାଗ ଅଧିକାରୀ ସତ୍ୟପ୍ରୀୟ ଦାସ, ଆଇନ ସେବା ପ୍ରାଧିକରଣର ସଚିବ ସୁଶ୍ରୀ ସଂଗିତା ପାତ୍ର, ମହିଳା ଅଦାଲତର ବିଚାରପତି ବବୀତା ଦାସ, ବରିଷ୍ଠ ଦେୱାନୀ ବିଚାରପତି ବିଜୟ ଦାସ, ରେଜିଷ୍ଟ୍ରାର ରୁଦ୍ର ପ୍ରକାଶ ନାୟକ, ଉପଖଣ୍ଡ ଦଣ୍ଡାଧିକାରୀ ପ୍ରତିମା ସାହୁ, ଗ୍ରାମ ନ୍ୟାୟାଳୟ ଦଣ୍ଡାଧିକାରୀ ଦେବେନ୍ଦ୍ର ବାଘ୍ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.