ଆକ୍ସନ ମୋଡ଼ରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ

  • ପଦ୍ମଗିରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟକୁ ଅଚାନକ ଗସ୍ତ
  • ଅବ୍ୟବସ୍ଥା ଦେଖି ଖପ୍ପା ହେଲେ ବିଧାୟକ
  • ସ୍ଥିତି ନ ସୁଧାରିଲେ ହେବ ବଡ କାର୍ଯ୍ୟାନୁଷ୍ଠାନ

ମାଲକାନଗିରି: ଆଜି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ପଦ୍ମଗିରି ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ବିଦ୍ୟାଳୟକୁ ଅଚାନକ ଗସ୍ତ କରିଛନ୍ତି । ଗସ୍ତ ସମୟରେ ସାଙ୍ଗରେ ଥିଲେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଓ ବିଧାୟକ ପ୍ରତିନିଧି ସତ୍ୟ ସରଣ ପାଲ । ଦିନ ୨ ଟାରେ ସ୍କୁଲ ପରିସର ମଧ୍ୟରେ ପହଁଚିଲା ବେଳକୁ ପ୍ରଥମେ ପ୍ରତିଟି ଶ୍ରେଣୀ ଗୃହ ବୁଲିବା ସହ ଶ୍ରେଣୀ ଉପସ୍ଥାନ ଦେଖିଥିଲେ । ଉପସ୍ଥାନ ଓ ଛାତ୍ରଛାତ୍ରୀଙ୍କ ମେଳ ଖାଉନଥିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀ ରେ ନିଜେ ବିଧାୟକ ପାଠ ପଢ଼ାଇଥିଲେ । ଉପସ୍ଥାନ ଓ ଛାତ୍ରଛାତ୍ରୀଙ୍କ କାହିଁକି ମେଳ ନାହିଁ ବୋଲି ସ୍ଥାନୀୟ ପ୍ରଧାମ ଶିକ୍ଷକ ଲକ୍ଷ୍ମଣ ପଟଶାଣୀଙ୍କୁ ତାଗିତ କରିଥିଲେ ବିଧାୟକ । ପରେ ବିଦ୍ୟାଳୟରେ ଥିବା ଛାତ୍ରାବାସ ବୁଲି ଦେଖିଥିଲେ ବିଧାୟକ । ଛାତ୍ରାବାସର କୌଣସି ଶୌଚାଳୟ ସଫା ହେଉନାହିଁ ଓ ଅପ୍ରୀତିକର ପରିବେଶରେ ଛାତ୍ରଛାତ୍ରୀଙ୍କ ଶରୀର ଅସୁସ୍ଥ ହେବ ଆଉ ଯଥାଶୀଘ୍ର ପରିସ୍ଥିତିରେ ସୁଧାର ଆଣିବାକୁ କହିଥିଲେ ବିଧାୟକ ନରସିଂହ । ପରେ ଛାତ୍ରଛାତ୍ରୀ ଙ୍କ ପାଇଁ ଭୋଜନ ବିଷୟରେ ତର୍ଜମା କରିଛନ୍ତି ବିଧାୟକ । ଛାତ୍ରଛାତ୍ରୀଙ୍କ ଭୋଜନ ପାଇଁ ଆସୁଥିବା ସାମଗ୍ରୀ ଚାଉଳ, ପନିପରିବା ଓ ସମସ୍ତ ସାମଗ୍ରୀର ମାନ ଦେଖିଥିଲେ ବିଧାୟକ । ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଚାଉଳରେ ବ୍ୟାପକ ପରିମାଣର ଅନିୟମିତତା ହେଉଥିବା ପ୍ରମାଣ ପାଇଥିଲେ ଏବଂ ଗୋଦାମରେ ସଂଗୃହିତ ଚାଉଳ ଓ ରେକର୍ଡ ତାଳମେଳ ଖାଉନଥିବାରୁ ଖପ୍ପା ହୋଇଛନ୍ତି ବିଧାୟକ । ବର୍ତ୍ତମାନ ବିଦ୍ୟାଳୟରୁ ୧୪୧ ବସ୍ତା ଚାଉଳ ଗାଏବ ହୋଇଥିବା ପ୍ରମାଣ ପାଇଛନ୍ତି ବିଧାୟକ । ପରିବେଶ ସୁଧାରିବା ପାଇଁ ଅଧିକାରୀ ଙ୍କୁ ନିର୍ଦେଶ ଦେବା ସହ ଭାଙ୍ଗିଯାଇଥିବା ସୁରକ୍ଷା ପାଚେରୀ ଓ ଅନ୍ୟାନ୍ୟ କୋଠରୀ ର ମରାମତି ପାଇଁ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ କହିଛନ୍ତି । ଏହାସହ ଅତିରିକ୍ତ ଜିଲ୍ଲାପାଳ ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ପ୍ରଧାନ ଶିକ୍ଷକ ଲଷ୍ମଣ ପାଟ୍ଟଶାଣୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.