ମାଲକାନଗିରିରେ ଅପପୃଷ୍ଟିର ମୁକାବିଲା ପାଇଁ ମିଡ଼ିଆ ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଟିତ

ଏସଏଏମ୍ ପରିଚାଳନାକୁ ସୁଦୃଢ଼ କରିବା ଓ ସ୍ଵାସ୍ଥ୍ୟ, ସ୍ବଚ୍ଛତା ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ

ମାଲକାନଗିରି: ୟୁନିସେଫ୍ ଓ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ମିଳିତ ଆନୁକୁଲ୍ୟରେ ମାଲକାନଗିରି ଜିଲ୍ଲାରେ ଅତିଶୟ ପୃଷ୍ଟିହିନ ପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ମିଡିଆ ରାଉଣ୍ଡ ଟେବଲ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ନୀତି ନିର୍ମାତା ଓ ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନେ ଏକତ୍ରିତ ହୋଇଥିଲେ। ଏହି ଅଞ୍ଚଳର ଅପପୃଷ୍ଟିର ମୁକାବିଲା ପାଇଁ ଜନ ସଚେତନତା ବଢାଇବା ସହ ସମ୍ପ୍ରଦାୟର ଯୋଗଦାନକୁ ପ୍ରୋତ୍ସାହିତ କରିବାରେ ସେମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ଏହି କାର୍ଯ୍ୟକ୍ରମ ମୂଳ ଉଦ୍ଦେଶ୍ୟ । ଅପପୃଷ୍ଟିର ମୁକାବିଲା ପାଇଁ ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ୟୁନିସେଫ୍ ସଦସ୍ୟ ମାନେ ସାମ୍ ପରିଚାଳନା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା। ୟୁନିସେଫ୍ ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ମାଲକାନଗିରିର ସାମ୍ ଏସ ଏ ଏମ୍ ପରିଚାଳନା କାର୍ଯ୍ୟକ୍ରମକୁ ସମର୍ଥନ କରିବାରେ ୟୁନିସେଫର ଭୂମିକା ବିଷୟରେ ସୂଚନା ଦେଇଥିଲେ। ପୋଷଣ ସମସ୍ୟାର ସମାଧାନ ପାଇଁ ଉନ୍ନତ ପୃଷ୍ଟିକର ଖାଦ୍ୟ, ସ୍ଵାସ୍ଥ୍ୟ ଅଭ୍ୟାସ ଦିଗରେ ଲୋକଙ୍କୁ ଏକତ୍ରିତ କରିବା ଉଚିତ୍ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ, ଏଡିଏମ ଡାକ୍ତର ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି ଏବଂ ୟୁନିସେଫ ମିଡିଆ କଂଶଲ୍ଟାଣ୍ଟ ସାରଦା ଲହାଙ୍ଗିର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.