ବେଆଇନ ହର୍ଣ୍ଣ ବିରୋଧରେ ଏସଟିଏର କଡ଼ା ଆଭିମୁଖ୍ୟ

ରାଜ୍ୟବ୍ୟାପୀ ଯାଞ୍ଚ ଜାରି, ଶତାଧିକ ନିୟମ ଉଲ୍ଲଙ୍ଘନକାରୀଙ୍କ କଟିଲା ଚାଲାଣ

କଟକ/ଭୁବନେଶ୍ୱର, ୨୨/୧୧/୨୪: ମୋଟର ଯାନରେ ବିକଟାଳ ଶବ୍ଦଯୁକ୍ତ ପ୍ରେସର ହର୍ଣ୍ଣ ଓ ମଲ୍ଟିଟୋନ୍ ହର୍ଣ୍ଣ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛି ରାଜ୍ୟ ପରିବହନ ପ୍ରାଧିକରଣ । ଏଭଳି ବେଆଇନ ହର୍ଣ୍ଣ ବିରୋଧରେ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର । ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟିମ୍ ଗଠନ କରାଯାଇ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଚାଲାଣ କଟୁଥିବା ବେଳେ ଗାଡ଼ିରୁ ବେଆଇନ ହର୍ଣ୍ଣକୁ ମଧ୍ୟ ବାହାର କରିଦିଆଯାଉଛି ।

ବାଲେଶ୍ୱରରେ ୪୮ ଗାଡ଼ି ବିରୋଧରେ ଚାଲାଣ କଟିଥିବା ବେଳେ ୪୮ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଚଣ୍ଡିଖୋଲରେ ୨୦ ଗାଡ଼ିର ଚାଲାଣ କଟିଛି । ୨୦ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ସୋନପୁରରେ ୧୯ ଗାଡ଼ିର ଚାଲାଣ କଟିଛି । ୧୯ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ନୟାଗଡ଼ରେ ୧୯ ଗାଡ଼ିର ଚାଲାଣ କଟିଛି । ୧୮ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ରାଉରକେଲାରେ ୧୪ ଗାଡ଼ିର ଚାଲାଣ ଓ ୧୪ ହର୍ଣ୍ଣ ବାହାର କରାଯାଇଛି । ବଲାଙ୍ଗିରରେ ୧୨ ଗାଡ଼ି ବିରୋଧରେ ବେଆଇନ ହର୍ଣ୍ଣ ଚାଲାଣ କଟିଥିବା ବେଳେ ୧୨ ହର୍ଣ୍ଣ ବାହାର କରାଯାଇଛି । ସେହିଭଳି ଦେବଗଡ଼ରେ ୨ଟି ଗାଡ଼ିର ଚାଲାଣ କଟିଥିବା ବେଳେ ୨ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଗଞ୍ଜାମରେ ୧୬ଟି ଗାଡ଼ି ବିରୋଧରେ ଚାଲାଣ କଟିଥିବା ବେଳେ ୧୬ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଭଞ୍ଜନଗରରେ ୭ଟି ଗାଡ଼ିର ଚାଲାଣ କଟିଛି ଏବଂ ୨୧ ବେଆଇନ ହର୍ଣ୍ଣ ହଟାଯାଇଛି । ବରଗଡ଼ରେ ୧୨ଟି ଗାଡ଼ି ବିରୋଧରେ ଚାଲାଣ କଟିଛି ଓ ୧୨ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଝାରସୁଗୁଡ଼ାରେ ୧୮ଟି ଗାଡ଼ିର ଚାଲାଣ କଟିଛି । ୧୫ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଢେଙ୍କାନାଳରେ ୧୭ଟି ଗାଡ଼ିର ଚାଲାଣ କଟିଛି । ୧୭ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ସୁନ୍ଦରଗଡ଼ରେ ୯ଟି ଗାଡ଼ି ବିରୋଧରେ ଚାଲାଣ କଟିଥିବା ବେଳେ ୧୧ ହର୍ଣ୍ଣ ବାହାର କରାଯାଇଛି । ଅନୁଗୁଳରେ ୧୪ଟି ଗାଡ଼ି ବିରୋଧରେ ଚାଲାଣ କଟିଛି । ୧୪ଟି ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଭଦ୍ରକରେ ଯାଞ୍ଚ ବେଳେ ୨ଟି ଗାଡ଼ିର ଚାଲାଣ କଟିଥିବା ବେଳେ ୩ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ମାଲକାନଗିରିରେ ୨ଟି ଗାଡି଼ର ଚାଲାଣ କଟିଛି । ସେହିଭଳି ୨ଟି ହର୍ଣ୍ଣ ବାହାର କରାଯାଇଛି । ଫୁଲବାଣୀରେ ୯ଟି ଗାଡ଼ିର ଚାଲାଣ କଟିଥିବା ବେଳେ ୯ଟି ବେଆଇନ ହର୍ଣ୍ଣ ବାହାର କରାଯାଇଛି । ନୂଆପଡ଼ାରେ ୩ଟି ଗାଡ଼ି ବିରୋଧରେ ଚାଲାଣ କଟିଛି । ୩ଟି ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଗଜପତିରେ ୨ଟି ଗାଡ଼ି ବିରୋଧରେ ଚାଲାଣ କଟିଛି । ୨ଟି ବେଆଇନ ହର୍ଣ୍ଣ ବାହାର କରାଯାଇଛି । କୋରାପୁଟରେ ୭ଟି ଗାଡ଼ିର ଚାଲାଣ କଟିଛି । ୧୦ଟି ବେଆଇନ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ତାଳଚେରରେ ୩ଟି ଗାଡ଼ିର ଚାଲାଣ କଟିଛି । ୩ଟି ଗାଡ଼ିରୁ ବେଆଇନ ହର୍ଣ୍ଣ ହଟାଯାଇଛି । ରାଇରଙ୍ଗପୁରରେ ୫ ଗାଡ଼ିର ଚାଲାଣ କଟିଛି । ୫ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ବଡ଼ବିଲରେ ୫ ଗାଡ଼ିର ଚାଲାଣ କଟିଛି । ୮ ବେଆଇନ ହର୍ଣ୍ଣ ବାହାର କରାଯାଇଛି । କଳାହାଣ୍ଡିରେ ୮ ଗାଡ଼ିର ଚାଲାଣ କଟିଛି । ୮ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ନବରଙ୍ଗପୁରରେ ୯ ଗାଡ଼ିର ଚାଲାଣ କଟିଛି । ୯ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ବୌଦ୍ଧରେ ୪ ଗାଡ଼ିର ଚାଲାଣ କଟିଛି । ୪ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଜଗତସିଂହପୁରରେ 6 ଗାଡ଼ିର ଚାଲାଣ କଟିଛି । ୨୦ ବେଆଇନ ହର୍ଣ୍ଣ ବାହାର କରାଯାଇଛି ।

ଆଗକୁ ଏହି ଯାଞ୍ଚ ଆହୁରି ବ୍ୟାପକ କରାଯିବ ବୋଲି ପରିବହନ ଆୟୁକ୍ତ ସୂଚନା ଦେଇଛନ୍ତି । ବେଆଇନ ହର୍ଣ୍ଣ ଦ୍ୱାରା ଶବ୍ଦ ପ୍ରଦୂଷଣ ସହ ଅନ୍ୟ ସଡ଼କ ବ୍ୟବହାରକାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମୋଟର ଯାନ ଆଇନରେ ଏଭଳି ବିକଟାଳ, ଉଚ୍ଚସ୍ୱର ଯୁକ୍ତ ପ୍ରେସର ହର୍ଣ୍ଣ, ମଲ୍ଟିଟୋନ୍ ହର୍ଣ୍ଣ ବିରୋଧରେ କାର୍ଯ୍ୟାନୁଷ୍ଠାନର ନିୟମ ରହିଛି । ସେହି ଆଧାରରେ ସମସ୍ତ ଆରଟିଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

Leave A Reply

Your email address will not be published.