ପୋଷ୍ଟ ଅଫିସରେ ନିଶାସକ୍ତ ଅବସ୍ଥାରେ କାର୍ଯ୍ୟ କରିବାକୁ ଆସୁଛନ୍ତି ପୋଷ୍ଟ ମାଷ୍ଟର, ଗ୍ରହକଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ
ମାଲକାନଗିରି: ପୋଷ୍ଟ ଅଫିସ ଭିତରେ ନିଶାସକ୍ତ ପୋଷ୍ଟ ମାଷ୍ଟରଙ୍କ ଗ୍ରାହାକଙ୍କୁ ଦୁର୍ବ୍ୟବହାର ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ନାଲି ଆଖି ଦେଖାଉଥିବା ନେଇ ଅଭିଯୋଗ ହୋଇଛି। କିଛି ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସଦର ମହକୁମାର ଡି.ଏନ.କେ କଲୋନୀ ପୋଷ୍ଟ ଅଫିସରୁ। ପ୍ରଭାସ ସାହୁ ନାମକ ଏହି ପୋଷ୍ଟ ମାଷ୍ଟର ପ୍ରାୟ ସବୁଦିନ ନିଶାସକ୍ତ ଅବସ୍ଥାରେ ପୋଷ୍ଟ ଅଫିସକୁ ଆସିବା ସହ ନିଜ କାର୍ଯ୍ୟ ମଧ୍ୟ ସଠିକ ଭାବେ କରୁ ନଥିବା ବେଳେ ଗ୍ରାହକ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଏନେଇ କିଛି ଅଭିଯୋଗ କଲେ ମୋର ସଂପର୍କୀୟ ବଡ ନେତା ବୋଲି କହିବା ସହ ଲୋକଙ୍କୁ ଧମକ ଚମକ ମଧ୍ୟ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ନିଶା ଶକ୍ତ ଅବସ୍ଥାରେ ଗ୍ରାହକ ମାନଙ୍କୁ ଯାହା ମନକୁ ଆସେ ତାହା କହିବା ସହ ଗ୍ରାହକ ମାନେ ଟଙ୍କା ଜମା ରଖ ବୋଲି କହିଲେ କାଲି ଆସନ୍ତୁ ବୋଲି କହୁଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ନିଶାସକ୍ତ ଅବସ୍ଥାରେ କାହିଁକି କାର୍ଯ୍ୟାଳୟକୁ ଆସୁଛନ୍ତି ବୋଲି ସାମ୍ବାଦିକ ମାନେ ପଚାରିବାରୁ ହଁ ମୁ ମଦ ପିଇଛି ହେଲେ ଆପଣଙ୍କ ହାତରେ ଅଛି ଯଦି ମୋତେ ଚାକିରିରୁ ବାହାର କରି ଦିଅନ୍ତୁ ବୋଲି କହିବା ସହ ଆଗକୁ ଯାହା ହେବ ସେଥି ପାଇଁ ପାଇଁ ଆପଣ ମାନେ ଦାୟୀ ରହିବେ ବୋଲି କହୁଥିବା ଦେଖିବାକୁ ମିଳିଛି। ତେବେ ଗ୍ରାହକଙ୍କୁ ଏପରି ବ୍ୟବହାର କରୁଥିବାରୁ ଅନ୍ୟ ଜଣେ ସହ କର୍ମଚାରୀ ପୋଷ୍ଟ ମାଷ୍ଟରଙ୍କ ଚେୟାରରେ ବସି ଗ୍ରାହକ ମାନଙ୍କୁ ସେବା ଯୋଗଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ପ୍ରକାରର ଅର୍ଥ ଓ ସରକାରୀ କାର୍ଯ୍ୟ ହେଉଥିବା ଭଳି ଏକ ଗୁରୁତ୍ବପୁର୍ଣ ଜାଗାରେ ଜଣେ ନିଶାଗ୍ରସ୍ତ ପୋଷ୍ଟ ମାଷ୍ଟରଙ୍କୁ କେମିତି ରଖା ଯାଇଛି ସେ ନେଇ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ଅପର ପକ୍ଷରେ ଲୋକଙ୍କ ଅଭିଯୋଗ ପରେ ଉକ୍ତ ପୋଷ୍ଟ ମାଷ୍ଟରଙ୍କୁ ଜିଲ୍ଲା ମୁଖ୍ୟ ଡାକଘରକୁ ଅବସ୍ଥାପିତ କରାଯାଇଥିବା ସୂଚନା ମିଳିଛି।