ସୋଆରେ ବିଶ୍ୱ ମୃତିକା ଦିବସ ପାଳିତ

ଭୁବନେଶ୍ୱର, ଡିସେମ୍ବର ୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌) ର ମୃତିକା ବିଭାଗ ପକ୍ଷରୁ ଗୁରୁବାର ଦିନ ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କୃଷି ବିଜ୍ଞାନୀ ତଥା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ହୃଷୀକେଶ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତିକାର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି କହିବା ସହ ଏଥିରେ ଥିବା ବିଭିନ୍ନ ଗୁଣାତ୍ମକ ଦିଗ ବିଷୟରେ ଆଲୋଚନା କରିଥିଲେ । ମୃତିକାର ଉପକାରିତା, କ୍ଷୟ ଓ ସୁରକ୍ଷା ବିଷୟରେ ଗୁରୁତ୍ୱାରୋପ କରିବା ସହ ଛାତ୍ରଛାତ୍ରୀମାନେ ମୃତିକାର ସ୍ୱାସ୍ଥ୍ୟ ରକ୍ଷା ଦିଗରେ ସଚେତନ ହେବା ପାଇଁ ଡକ୍ଟର ସେନାପତି ଆହ୍ୱାନ ଦେଇଥିଲେ ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ପ୍ରତିବର୍ଷ ଡିସେମ୍ବର ୫ ତାରିଖକୁ ସାରା ବିଶ୍ୱରେ ମୃତିକା ଦିବସ ରୂପେ ପାଳନ କରାଯାଇଥାଏ । ବର୍ତମାନ ଯେଉଁ ଭଳି ଭାବେ ମୃତିକା କ୍ଷୟ ହେବାକୁ ଲାଗିଛି, ଆମେ ସମସ୍ତେ ବର୍ତମାନ ଠାରୁ ମୃତିକାର ଯତ୍ନ ଓ ସଂରକ୍ଷଣ କରିବା ଆବଶ୍ୟକ ତାହାଲେ ଆଗାମୀ ପିଢିଙ୍କ ପାଇଁ ଏହା ଲୋପ ପାଇଯିବ ବୋଲି କୁଳପତି କହିଥିଲେ । ମୃତିକା ପରୀକ୍ଷା କରିବା ପାଇଁ ଏକ ମୃତିକା ହସ୍ପିଟାଲ ରହିବା ଜରୁରୀ । ମୃତିକାକୁ ପରୀକ୍ଷା କରି ଏକ କୃଷକ ଜାଣିବା ଦରକାର ଯେ ଏଥିରେ କେତେ ପରିମାଣରେ କଣ ଆବଶ୍ୟକ ।

ଗତବର୍ଷ ଠାରୁ ଆରମ୍ଭ କରାଯାଇଥିବା ଏହି ମୃତିକା ଦିବସ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗଦେଇ କହିଥିଲେ ଯେ ମୃତିକାରୁ ଆମେ ବାସଗୃହ, ଖାଦ୍ୟ ଓ ବସ୍ତ୍ର ପାଇଥାଉ । ମାଟିକୁ ମା’ ବୋଲି କୁହାଯାଏ । ଏହି ମାଟି ମା’ର ଯତ୍ନ ନେବା ଜରୁରୀ ବୋଲି ସେ କହିଥିଲେ ।

ଏ ବର୍ଷର ପ୍ରସଙ୍ଗ ‘କେୟାରିଂ ଫର୍ ସଏଲ୍ସ : ମେଜର୍‌, ମନିଟର୍‌, ମ୍ୟାନେଜ’ ଅର୍ଥାତ୍ ମୃତିକାର ଯତ୍ନ, ମାପ, ମନିଟରିଂ ଓ ଏହାକୁ କିପରି ପରିଚାଳନା କରିବା ଆବଶ୍ୟକ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ କହିଥିଲେ ଯେ ଆଗାମୀ ଦିନରେ କୃଷି ମହାବିଦ୍ୟାଳୟରେ ଏଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ବର୍ଷାଜଳରେ ୫ ଟନ୍ ମୃତିକା କ୍ଷୟ ହୋଇଥାଏ । ୧ଇଂଚ ମୃତିକା ସୃଷ୍ଟି କରିବାକୁ ୧ ହଜାର ବର୍ଷ ଲାଗିଥାଏ । ତେଣୁ ମୃତିକା ସୃଷ୍ଟି କରିବା ଅସମ୍ଭବ । କିନ୍ତୁ ମାଟିର ସୁରକ୍ଷା ଆମର ଦାୟିତ୍ୱ ବୋଲି ପ୍ରଫେସର ରାଉତ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୃତିକା ବିଜ୍ଞାନ ଓ କୃଷି ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଗୌରହରି ସାନ୍ତ୍ରା ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ଆଶିଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପଚାଶରୁ ଉର୍ଦ୍ଧ୍ୱ କୃଷକ ଯୋଗଦେଇ କୃଷି ଭିତିକ ବୈଜ୍ଞାନିକ ଆଲୋଚନଚକ୍ର ରେ ଅଂଶ ଗ୍ରହଣ କରିଥିଲେ ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରକାର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନେ କୃଷି ବିଜ୍ଞାନ ଭିତିକ ମଡେଲ ମଧ୍ୟ ପ୍ରଦର୍ଶନ କରିଥିଲେ ।

ଏହି ଅବସରରେ ପଚାଶରୁ ଉର୍ଦ୍ଧ୍ୱ କୃଷକ ଯୋଗଦେଇ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ । ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଓ ଡକ୍ଟର ସୁଚିସ୍ମିତା ମହାପାତ୍ର ମଂଚ ସଂଯୋଜନା କରିଥିଲେ । ପୁନମ୍ ପ୍ରୀତି ପ୍ରଧାନ, ଡକ୍ଟର ସମାନିତା ମହାନ୍ତି ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ଡକ୍ଟର ପ୍ରକାଶ ରଂଜନ ବେହେରା, ଡ. ଭୁବନାନନ୍ଦ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ସବୁ ବିଭାଗରେ ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା, ଗବେଷଣାରତ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ପ୍ରଫେସର ଅନ୍ତର୍ଯ୍ୟାମୀ ମିଶ୍ର, ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ଡକ୍ଟର ଇପ୍ସିତା ପଟ୍ଟନାୟକ ପ୍ରମୁଖ ପ୍ରତିଯୋଗିତା ବିଚାରକ ଭାବେ ଯୋଗ ଦେଇଥିଲେ । ଡକ୍ଟର ଅଂଶୁମାନ ଜେନା, ଡକ୍ଟର ବିଶ୍ୱବାରା ସାହୁ , ଡକ୍ଟର ରାମପ୍ରସାଦ ନନ୍ଦୀ, ବିକାଶ ରଥ, ସୋନାଲି ପଟେଲ, ପ୍ରତୀକ୍ଷା ମହାନ୍ତି, ମାନସ ଦାସ, ପ୍ରଫେସର ବ୍ରଜ କିଶୋର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.