ଏମ୍‌.ୟୁ.ଜେର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ଚୟନ

ମାଲକାନଗିରି ତା. ୦୯.୧୨.୨୦୨୪: ମାଲକାନଗିରି ଜିଲ୍ଲାର ମାଲକାନଗିରି ୟୁନିଅନ ଅଫ ଜୋର୍ଣାଲିଷ୍ଟ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସଂଘର ସଭାପତି ଦେବ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସମ୍ପାଦକ ପ୍ରେମେନ୍ଦ୍ର ପରିଛା, ଉପସଭାପତି ସତ୍ୟନାରାୟଣ ପଣ୍ଡା, ଜିତେନ୍ଦ୍ର ବେଉରା, ଗୋପିକୃଷ୍ଣ ପଟ୍ଟନାୟକ, ଭାସ୍କର ବେହେରା, ଅସୀମ ବିଶ୍ୱାସ, ଶିବ ପ୍ରସାଦ କିର୍ତନିଆ ତଥା ସଂଘର ସମସ୍ତ କର୍ମକର୍ତା ମାନେ ଉପସ୍ଥିତ ଥିଲେ। ପ୍ରଥମେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ସମସ୍ତ ସଦସ୍ୟ ମାନେ ନିଜ ନିଜର ମତାମତ ପ୍ରକାଶ କରିଥିଲେ । ଅବସେଷରେ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଆରମ୍ବ ହୋଇଥିଲା। ସମସ୍ତଙ୍କ ସହମତି କ୍ରମେ ତୃତୀୟଥର ନିମନ୍ତେ ଦେବପ୍ରସାଦ ଦାସଙ୍କୁ ସଭାପତି ଭାବେ ମନୋନୀତ କରା ଯାଇଥିଲା। ସେହିପରି ଉପସଭାପତି ଭାବେ ସତ୍ୟନାରାୟଣ ପଣ୍ଡା ସାଧାରଣ ସମ୍ପାଦକ ଭାବେ ଶରତ ଚନ୍ଦ୍ର ମହାରଣା, ଯୁଗ୍ମ ସମ୍ପାଦକ ଭାବେ ଅସୀମ ବିଶ୍ୱାସ ଓ ପ୍ରକାଶ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ଚକ୍ରଧର ପଟ୍ଟନାୟକ, ମାଲକାନଗିରି ବ୍ଲକ କୋଡିନେଟର ଭାବେ ଶିବ ପ୍ରସାଦ କୀର୍ତନିଆ, କାଲିମଳା ବ୍ଲକ କୋଡିନେଟର ଭାବେ ପ୍ରଶାନ୍ତ ବିହାରୀ, ପଡିଆ ବ୍ଲକର ରବି ଶ୍ରୀନିବାସ, ଚିତ୍ରକୋଣ୍ଡା ବ୍ଲକର ବଳରାମ ପଡିଆରି, କୋରୁକୋଣ୍ଡା ବ୍‌ଲକର କାମରାଜ ଜେନା, ଖଇରପୁଟ ବ୍ଲକର ଜଗନ୍ନାଥ ଦଳେଇ, ମାଥିଲି ବ୍ଲକର ରାଜୀବ ବେହେରା, ବାଲିମେଳା ଏନ୍‌.ଏ.ସି.ର ଯଦୁପତି ମହାନ୍ତି କୋଡିନେଟର ଭାବେ ମନୋନୀତ ହୋଇଥିଲେ । ଶେଷରେ ଜିତେନ୍ଦ୍ର ବେଉରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.