ମାଲକାନଗିରି ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ମାଲକାନଗିରି: ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ଆଜି ମାଲକାନଗିରି ସର୍କିଟ ହାଉସ ଠାରେ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ଅବସରରେ ଆଜି ପୂର୍ବାହ୍ନରେ ମାଲକାନଗିରି ୟୁନିଅନ୍ ଅଫ ଜର୍ଣ୍ଣାଲିଷ୍ଟର ଏକ ଟିମ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସାମ୍ବାଦିକ ମାନଙ୍କ ଦାବି ତଥା ମାଲକାନଗିରି ଜିଲ୍ଲାର କିଛି ସମସ୍ୟା ନେଇ ଦାବି ପତ୍ର ପ୍ରଦାନ କରିଥିଲେ। ମୁଖ୍ୟତଃ ଦାବି ଗୁଡ଼ିକ ମଧ୍ୟରେ ସାମ୍ବାଦିକ ମାନଙ୍କର ମାସିକ ଭତ୍ତା ସର୍ବୋନିମ୍ନ ୨୦,୦୦୦/- ଓ ସ୍ଵାସ୍ଥ୍ୟ ବିମା ୫ ଲକ୍ଷରୁ ୧୦ ଲକ୍ଷ ବଢାଇବା, ସାମ୍ବାଦିକ ସୁରକ୍ଷା ମୁଖ୍ୟ ଦାବି ଥିଲା। ଅନ୍ୟ ଦାବି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ମାଲକାନଗିରିରୁ ଜୟପୁର ରେଳପଥ ଅତିଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ଏୟାରପୋର୍ଟ କାର୍ଯ୍ୟକ୍ଷମ ଏବଂ ଉଡାଣ କାର୍ଯ୍ୟ ଶୀଘ୍ର ଚାଲୁ କରିବା ଆଦି ଦାବି ପ୍ରଦାନ କରାଯାଇଥିଲା। ଏହି ଟିମରେ ଏମୟୁଜେର ସଭାପତି ଦେବ ପ୍ରସାଦ ଦାସଙ୍କ ସମେତ ଉପସଭାପତି ସତ୍ୟ ନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ମହାରଣା, ଜିତେନ୍ଦ୍ର ବେଉରା, ପ୍ରସାଦ ନାୟକ, ଯୁଗ୍ମ ସମ୍ପାଦକ ଅସୀମ ବିଶ୍ୱାସ, ଯୁଗ୍ମ ସମ୍ପାଦକ ରାବେଲ ପ୍ରକାଶ, କୋଷାଧ୍ୟକ୍ଷ ଚକ୍ରଧର ପଟ୍ଟନାୟକ, ଚନ୍ଦନ ବାରିକ, ଶଙ୍କର ପାଲ୍, ବିକ୍ରମ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.