ଗୋବିନ୍ଦପୁର ବଣିଆ ସାହିରେ ଲକ୍ଷ୍ମୀପୂଜା

କଣ୍ଟାପଡ଼ା, ତା ୧୪ା୧୨: ଗୋବିନ୍ଦପୁର ଗ୍ରାମରେ ମହାସମାରୋହରେ ଲକ୍ଷ୍ମୀପୂଜା ପାଳନ କରାଯାଉଅଛି l ଏହି ପୂଜା ମାର୍ଗଶିର ମାସ ଚତୁର୍ଥ ବା ଶେଷ ଗୁରୁବାରରେ ପୂଜାର୍ଚ୍ଚନା ଓ ମାଣବସା ଅନୁଷ୍ଠିତ ହୋଇଛି l ଏହି ନିଆରା ପରମ୍ପରା ଦୀର୍ଘ ୧୯ ବର୍ଷ ହେଲା ମୃଣ୍ମୟୀ ମୂର୍ତ୍ତି ମଣ୍ଡପରେ ପୂଜା ପାଉଛନ୍ତି l ଏହି ପୂଜା ୭ ଦିନ ଧରି ଚାଲିବ l ପଣ୍ଡିତ ବିଷ୍ଣୁଚରଣ ଦାଶ ଏବଂ ଅକ୍ଷୟ ପାଢ଼ୀଙ୍କ ଦ୍ବାରା ପୂଜା ରିତିନୀତି ଅନୁସାରେ ଚାଲୁଅଛି l ପୂଜାରେ ପ୍ରତ୍ୟେହ ଦିନ ପ୍ରସାଦ ବ୍ୟବସ୍ଥା କରାଯାଉଛ l ସନ୍ଧ୍ୟାରେ ଭଜନ କୀର୍ତନ ଚାଲୁ ରହିବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କର ସହଯୋଗ ଦେଖିବାକୁ ମିଳୁଛି l

Leave A Reply

Your email address will not be published.