ଭୁବନେଶ୍ୱର, ୨୦ /୧୨: ନିଜ ଶିକ୍ଷାନୁଷ୍ଠାନ, କ୍ୟାମ୍ପସ୍ ଓ ବନ୍ଧୁମାନଙ୍କର ପୁରୁଣା ସ୍ମୃତିକୁ ତାଜା କରିବା ନିମନ୍ତେ ଆସନ୍ତା ଡିସେମ୍ବର ୨୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ ସମାବେଶ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିବା ବେଳେ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟର ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ କଲେଜ ପରିସରରେ ଏକତ୍ରିତ ହେବେ ।
୨୧ ତାରିଖ ସକାଳେ ଏସ୍ଏଚ୍ଏମ୍ର କନ୍ଫରେନ୍ସ ହଲ୍ରେ ଏହାର ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ନିଜ ପୁରୁଣା ସ୍ମୃତିକୁ ତାଜା କରିବେ । ଏହି କାର୍ଯ୍ୟକ୍ରମରେ ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ସିନିୟର ପ୍ରଫେସର ସସ୍ମିତା ମହାନ୍ତି ଓ ଅଂଶୁମାନ ସାମଲ ଯୋଗ ଦେବେ ।
ଅପରାହ୍ନରେ ସୋଆ କ୍ୟାମ୍ପସ ୨ ଅଡିଟୋରିୟମ୍ରେ ଆୟୋଜିତ ହେବାକୁ ଥିବା ‘ଗ୍ରାଣ୍ଡ ହୋମ୍ କମିଂ’ ସମାବେଶରେ ମଧ୍ୟ ଏସ୍ଏଚ୍ଏମ୍ର ଏହି ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେବେ । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ତଥା ଡିନ୍ (ଆଲୁମନି) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଡାଇରେକ୍ଟର ଅଫ୍ ଇଣ୍ଡଷ୍ଟ୍ରି ଏନଗେଜ୍ମେଂଟ ଆଣ୍ଡ କର୍ପୋରେଟ ରିଲେସନ୍ସ ଶ୍ରୀ ରିପ୍ତି ରଞ୍ଜନ ଦାଶ ଉପସ୍ଥିତ ରହିବେ ।
କାର୍ଯ୍ୟକ୍ରମରେ ସୋଆ ଆଲୁମିନାୟୀଜ୍ର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା ଅଧ୍ୟକ୍ଷତା କରିବେ ।