ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ବଦଳି ଲାଗି ଆବେଦନ କରି ଅପେକ୍ଷାରେ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ହେଲା ବଦଳି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ବଦଳି ପାଇଁ ଆବେଦନ ପରେ ଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିବା ସତ୍ବେ ଏକାଧିକ ଅସୁସ୍ଥ ଶିକ୍ଷକଙ୍କ ବଦଳି ହୋଇପାରୁ ନଥିବା ବିଷୟରେ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶିତ ହୋଇଥିଲା, ଯାହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ତତ୍ପରତା ଦେଖାଇ ଅପେକ୍ଷାରେ ଥିବା ୬ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବଦଳି କରିଛନ୍ତି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ଏକାଧିକ ଶିକ୍ଷକ ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ନିଜର ଘର ନିକଟକୁ ବଦଳାଇ ଲାଗି ଆବେଦନ କରିଥିଲେ। ଏହି ଆବେଦନ କରି ଅନେକ ପ୍ରଚେଷ୍ଟା ପରେ ଶିକ୍ଷା ବିଭାଗ ପକ୍ଷରୁ ମୋଟ ୧୦ ଜଣ ଶିକ୍ଷକଙ୍କୁ ବଦଳି ପାଇଁ ଅନୁମତି ଦେଇଥିଲେ। ଗତ ଅଗଷ୍ଟ ମାସରେ ଏହି ବଦଳି ପାଇଁ ଆଦେଶ ଆସିଥିବା ବେଳେ ୧୦ ଜଣ ଶିକ୍ଷକଙ୍କ ମଧ୍ୟରୁ ୬ ଜଣ ଶିକ୍ଷକ ଅନଲାଇନ ମାଧ୍ୟମରେ ନିଜର ନିକଟସ୍ଥ ବିଦ୍ୟାଳୟ ଚୟନ କରିଥିବା ବେଳେ ଅନ୍ୟ ୪ ଜଣ ଏହି ପ୍ରକ୍ରିୟା ପୂରଣ କରିନଥିଲେ। ତେବେ ନିୟମ ଅନୁଯାୟୀ ଯେଉଁମାନେ ଅନଲାଇନ ମାଧ୍ୟମରେ ବିଦ୍ୟାଳୟ ଚୟନ କରିଥିଲେ ସେମାନଙ୍କ ବଦଳି ହେବା କଥା, କିନ୍ତୁ ଏହାକୁ ମାସ ମାସ ସମୟ ବୀତି ଯାଇଥିଲେ ମଧ୍ୟ ଆବେଦନ କାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ବଦଳି ହେଉନଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିଶ୍ଵନାଥ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଏବିଷୟରେ ତୁରନ୍ତ ପଦକ୍ଷେପ ନେଇ ଆସନ୍ତା ୭ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ୬ ଜଣଙ୍କ ବଦଳି ନିର୍ଦେଶ ଦେଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏହାସହ ଉକ୍ତ ୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କୁ ଆଗାମୀ ଦିନରେ ବିଦ୍ୟାଳୟରେ ଶିକ୍ଷା ଦାନ ବ୍ୟତୀତ କୌଣସି ଅତିରିକ୍ତ ଦାଇତ୍ଵ ପ୍ରଦାନ ନ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। କାରଣ ସ୍ୱାସ୍ଥ୍ୟ ଗତ ସମସ୍ୟା ହେତୁ ଅନ୍ୟ କୌଣସି ଦାଇତ୍ଵକୁ ସେମାନେ ସୂଚାରୁ ରୂପେ ତୁଲାଇବା କଷ୍ଟକର ହୋଇ ପଡିବ, ଏଣୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ରୁଷ୍ଟି ଦେବାକୁ ଅପିଲ କରିଛନ୍ତି।

Leave A Reply

Your email address will not be published.