ମାଲକାନଗିରି ଜିଲ୍ଲାରେ ଅବ୍ୟବସ୍ଥା ଘେରରେ ଧାନ ମଣ୍ଡି

ଉପମୁଖ୍ୟମନ୍ତ୍ରୀଙ୍କ କଟନି ଛଟନି ବନ୍ଦ ଘୋଷଣା ପାଣିର ଗାର
ଜାନୁଆରୀ ୧୦ ସୁଦ୍ଧା ଧାନ ମଣ୍ଡି ବ୍ୟବସ୍ଥା ନ ସୁଧାରିଲେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ଜିଲ୍ଲା ବିଜୁ ଜନତା ଦଳ ଚେତାବନୀ ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ଅବ୍ୟବସ୍ଥା ଘେରରେ ରହିଛି। କୌଣସି ମଣ୍ଡିରେ ଧାନ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ, ଚାଷୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ, ଚାଷୀଙ୍କ ଠାରୁ ଧାନ ନେବାର ୮ ଦିନ ପରେ ମଧ୍ୟ ଭେଣ୍ଡର ରସିଦ୍ ମିଳି ପାରୁନାହିଁ, ଆଇ ସ୍କେନ୍ କରାଯାଉନାହିଁ, ଚାଷୀ ଶୀତ କାକରରେ ଦିନ ରାତି ପଡ଼ି ରହୁଛି ଅଭିଯୋଗ ଆଣି ବର୍ଷିଛନ୍ତି ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝି କହିଛନ୍ତି ଯେ ମାଲକାନଗିରି ସଦର ମହକୁମାର ମାତ୍ର ୬ କିଲୋମିଟରରେ ଅବସ୍ଥିତ ଶିଖପାଲି ମଣ୍ଡିର ଅବସ୍ଥା କହିଲେ ନ ସରେ ଦୀର୍ଘ ୮ ଦିନ ହେଲା ଚାଷୀ ମଣ୍ଡିରେ ଧାନ ଦେଲା ପରେ ଭେଣ୍ଡର ରିସିପ୍ଟ ମିଳି ପାରିନାହିଁ। ଚାଷୀ ଧାନ ଅମଳ ଓ କଟା ହୋଇ ମଣ୍ଡିର ପହଞ୍ଚିଲା ପରେ ଭି ଟୋକେନ ମିଳିପାରିନାହିଁ, ଅବାଭିରେ ଧାନ ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟକୁ କମ୍ ମୂଲ୍ୟରେ ବିକ୍ରି କରିଦେଉଛି। ସେ ପୁଣି ଅଭିଯୋଗ କରିଛନ୍ତି ଯେ କୋଟନି ଛଟନି ବନ୍ଦ୍ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମାଲକାନଗିରି ଗସ୍ତରେ ଆସି ଘୋଷଣା କରିଥିଲେ। କିନ୍ତୁ ଘୋଷଣା କେବଳ ପାଣିର ଗାର ସଦୃଶ ହୋଇ ପଡ଼ିଛି। ଯେଉଁ କେତୋଟି ଚାଷୀଙ୍କ ଧାନ ଉଠିଛି ସେମାନଙ୍କ ଠାରୁ କ୍ଵିଣ୍ଟାଲ ପିଛା ୫ରୁ ୭ କେଜି ଧାନ କଟନି ଛଟନି ହେଉଥିବାର ଜିଲ୍ଲା ବିଜେଡ଼ି ଅଭିଯୋଗ କରିଛି। ମୋହନ ସରକାର ସମ୍ପୂର୍ଣ ଫେଲ୍, ଚାଷୀ ଅଣାୟତ୍ ରେ ହୋଇରାଣ ହେଉଛନ୍ତି ଏବଂ ଶ୍ରୀ ମାଝି ଏକ ଉଦାହରଣ ଦେଇ ଅଭିଯୋଗ ଅଣିଛନ୍ତ ଯେ ଶିଖ ପାଲି ମଣ୍ଡିରେ ଡିସେମ୍ବର ୧୬ରେ ଜିଲ୍ଲାରେ ମଣ୍ଡି ଆରମ୍ଭ ହେଲା ଦୀର୍ଘ ୮ ଦିନ ହେଲା ଉକ୍ତ ମଣ୍ଡିରୁ ଗୋଟିଏ କ୍ଵିଣ୍ଟାଲ ଧାନ ଉଠିନାହିଁ। ଏପରିକି ଇର୍ମା ମାଢ଼ୀ ଆଦିବାସୀ ଯୁବକ ଚାଷୀ ୧୬ କ୍ଵିଣ୍ଟାଲ ଧାନ ମଣ୍ଡିରେ ଦେଲା ପରେ ମଧ୍ୟ ତାକୁ ଭେଣ୍ଡେର ରସିଦ ଦିଆଯାଇନାହିଁ କୁ ଆଇ ସ୍କେନ ମଧ୍ୟ କରାଯାଇନାହିଁ ସେହିପରି ଜଣେ ମହିଳା ଚାଷୀ ଅନିଦିତା ମଲ୍ଲିକଙ୍କର ୪୦ କ୍ଵିଣ୍ଟାଲ ଧାନରୁ ୨ କ୍ଵିଣ୍ଟାଲ ୩୩ କେଜି ଧାନ କଟନି ଛଟନି ହୋଇଥିବାର ଶ୍ରୀ ମାଝି ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ମିଲରଙ୍କୁ କଷ୍ଟମ ମିଲ ପାଇଁ ଉଚିତ୍ ମୂଲ୍ୟ ପାଉନଥିବାରୁ ଚାଷୀଙ୍କ ଧାନ ନ ଉଠିବାର ଆଉ ଏକ କାରଣ ବୋଲି ପ୍ରକାଶ କରିଥିଲେ। ସରକାର ପ୍ରଥମେ ମିଲରଙ୍କ କଷ୍ଟମ ମିଲ ପାଇଁ ଉଚିତ୍ ମୂଲ୍ୟ ପ୍ରଦାନ କଲେ ମିଲର ଯଥା ଶୀଘ୍ର ଚାଷୀଙ୍କ ଧାନ ଉଠିବ ବୋଲି ଜିଲ୍ଲା ବିଜେଡି ରାଜ୍ୟ ସରକାରଙ୍କୁ ବର୍ଷିଛନ୍ତି। ତେଣୁ ଜିଲ୍ଲାରେ ଧାନ ମଣ୍ଡିର ଅବ୍ୟବସ୍ଥା ଆଗାମୀ ଜାନୁଆରୀ ୧୦ ତାରିଖ ସୁଦ୍ଧା ନ ସୁଧାରିଲେ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ହେବା ସହ ଚାଷୀ ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି। ଆଜିର ଏହି ଖବରଦାତା ସମ୍ମିଳନୀ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ଜିଲ୍ଲା ବିଜେଡି ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ପୌର ପରିଷଦ ଉପାଧ୍ୟକ୍ଷ। କବିତା ମହୁନ୍ତ, ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ମୁକା ମାଡକାମି, କୁନି ଭୂମିଆ ପ୍ରମୁଖ ବିଜେଡି ନେତୃବର୍ଗ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.