କଟକ: ଧର୍ମ, ତତ୍ତ୍ୱ, ଜ୍ୟୋତିଷ, ସମ୍ବାଦ ଓ ସଂସ୍କାରମୂଳକ ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ର ଜାନୁଆରୀ ସ୍ୱତନ୍ତ୍ର ସଂଖ୍ୟାଟି ଅନ୍ତର୍ଜାତୀୟ କ୍ରିୟାଯୋଗ ମିଶନର ଅଧ୍ୟକ୍ଷ ପରମହଂସ ସ୍ୱାମୀ ପ୍ରଜ୍ଞାନାନନ୍ଦ ମହାରାଜାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି l ଅନୁଷ୍ଠିତ ଉତ୍ସବରେ ପତ୍ରିକାଟିକୁ ଉନ୍ମୋଚନ କରି ଦୀର୍ଘ ୨୪ ବର୍ଷ ଧରି ଗୋଟିଏ ଆଧ୍ୟାତ୍ମିକ ପତ୍ରିକାକୁ ବଞ୍ଚାଇ ରଖିବା ଯେ କୌଣସି ତପସ୍ୟା ଠାରୁ ଅଧିକ ମୂଲ୍ୟବାନ ବୋଲି ସ୍ୱାମୀଜୀ କହିବା ସହ ‘ଦିବ୍ୟାଲୋକ ସନ୍ଧାନେ’ କର୍ମକର୍ତ୍ତାଙ୍କୁ ଏଥିପାଇଁ ସାଧୁବାଦ ଦେଇଥିଲେ l ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ପ୍ରବକ୍ତା ଶ୍ରୀ ସନ୍ନ୍ୟାସୀ ଜୀ, କଟକ ସଦର ଥାନାଞ୍ଚଳ ଶାନ୍ତି କମିଟିର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ପ୍ରସାର ଅଧିକାରୀ ସନ୍ନ୍ୟାସିନୀ ଆରତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ପରିଚାଳନା ସମ୍ପାଦକ ଇଂ. ବିପ୍ଳବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.