ମାଲକାନଗିରି,୨/୧:ମାଲକାନଗିରି ଜିଲ୍ଲାରେ ଅବକାରୀ ବିଭାଗ ବିରୋଧରେ ପୂର୍ବରୁ ଅନେକ ଅଭିଯୋଗ ରହିଥିବା ବେଳେ ଜିଲ୍ଲାରେ ବିଦେଶୀ ମଦର କଳା ବଜାରୀ ଉପରେ ରୋକ ଲଗାଇବାରେ ଆଜି ବି ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଜିଲ୍ଲା ସଦର ଠାରୁ ଆରମ୍ଭ କରି ଗାଁ ଗହଳି ସବୁଠି ବିଦେଶୀ ମଦକୁ କଳା ବଜାରରେ ଚଢା ଦରରେ ବିକ୍ରୟ କରାଯାଉଛି। ପୂର୍ବରୁ ରାତି ଅଧିଆ ମଦ ଚୋରା ଚାଲାଣ ନେଇ ସ୍ପଷ୍ଟ ପ୍ରମାଣ ଓ ବିଭିନ୍ନ ସମୟରେ ମଧ୍ୟ କଳା ବଜାର ହେଉଥିବା ନେଇ ପ୍ରମାଣ ରହିଥିଲେ ଅମଧ୍ୟ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ବେଳେ ଏହା ଚୋରା ମଦ କାରବାରୀଙ୍କୁ ଆହୁରି ଅଧିକ ପ୍ରୋତ୍ସାହନ ଯୋଗଉଥିବା ପରି ମନେ ହେଉଛି। ଯାହା ଫଳରେ ଗାଁ ଗହଳିରେ ବୀନା କୌଣସି ଲାଇସେନ୍ସରେ ଖୋଲାଖୋଲି ଲୋକେ ମଦ ବିକ୍ରୟ କରୁଛନ୍ତି। ଯାହାର ପ୍ରମାଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଜେଙ୍ଗିୱାଡା ପଞ୍ଚାୟତ ସଦର ଗ୍ରାମରେ। ଯେଉଁଠି ଦୈନନ୍ଦିନ ସାମଗ୍ରୀ ବିକ୍ରୟ ହେଉଥିବା ଦୋକାନରେ ବି ମିଳୁଛି ବିଦେଶୀ ମଦ। ଏଠି ଦୋକାନୀଙ୍କୁ ମଦ ବିକ୍ରୟ ପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ମଧ୍ୟ ପଡୁ ନାହି। ସରକାରୀ ନିୟମ ଅନୁଯାୟୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ହିଁ ବିଦେଶୀ ମଦ ବିକ୍ରୟ କରା ଯାଇପାରିବ, କିନ୍ତୁ ମାଲକାନଗିରି ଜିଲ୍ଲାରେ ପାନ ଦୋକାନ, କିରାନା ଦୋକାନ ଭଳି ଅନେକ ଦୋକାନରେ ବେଧଡକ ଭାବେ ବିକ୍ରୟ ହେଉଛି ବିଦେଶୀ ମଦ । ଏପରି କି ପେଟି ପେଟି ବିଦେଶୀ ମଦ ମଟରସାଇକେଲ ଯୋଗେ ଗାଁ ଗାଁ ରେ ବେନିୟମ ଭାବରେ ପହଞ୍ଚୁଛି ବନ୍ଧୁଗୁଡ଼ା ଗ୍ରାମ ଦେଇ ଦିନ ଦ୍ୱିପହରରେ ପାଣ୍ଡରିପାଣି, ପଦ୍ମଗିରି, ବିଏଲ୍ ପୂର୍, ମାର୍କାପାଲି, ପଞ୍ଚାୟତର ଅନେକ ଗାଁରେ ପାନ ଦୋକାନ, କିରାନା ଦୋକାନରେ ବେନିୟମ ଭାବରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି। ଅବକାରୀ ବିଭାଗ ଜାଣି ସୁଦ୍ଧା ଧୃତରାଷ୍ଟ୍ର ଭଳି ନୀରବ ଦ୍ରଷ୍ଠା ସାଜିଛି । ସତେ ଯେମିତି ଆବକାରି ବିଭାଗର ଏଥି ପ୍ରତି ନିଘା ନାହି ନଚେତ ଏହି ଦୋକାନୀ ମାନଙ୍କୁ ବିଭାଗ ପକ୍ଷରୁ ଅଭୟ ବର ଦିଆଯାଇଥିବା ଭଳି ମନେ ହେଉଛି। ଏ ବାବଦରେ ଅବକାରୀ ବିଭାଗର ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ନେ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ ଅବକାରୀ ବିଭାଗ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଉ ନଥିବାରୁ ଏପରି ଦିନକୁ ଦିନ ମଦର କଳା ବଜାରୀ ବଢିବା ସହ ଗାଁ ଗହଳିରେ ଲୋକଙ୍କୁ ଚଢା ଦରରେ ବିକ୍ରୟ କରାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି।
Sign in
Sign in
Recover your password.
A password will be e-mailed to you.