ଆଠଗଡ: ମା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଜୟନ୍ତୀରେ ଆଠଗଡ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ ସଂଘର୍ଷ ଆନୁକୂଲ୍ୟରେ ଜୋରନ୍ଦା ପଞ୍ଚାୟତ ଅନ୍ତର୍ଗତ କରିକୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନ ସଂଘର୍ଷ ସଭାପତି ନିର୍ମଳ କୁମାର ପାଠ୍ୟ ଉପକରଣ ବଣ୍ଟନ କରିବା ସହିତ ମା ସାବିତ୍ରୀ ବାଇ ଫୁଲେଙ୍କ ଜୀବନୀ ପିଲାମାନଙ୍କୁ କହିଥିଲେ, ତାଙ୍କ ପରି ତ୍ୟାଗୀ ମହା ମନୀଷୀ ଭାରତ ବର୍ଷାରେ ବିରଳ, ତାଙ୍କ ପଦର୍ଶିତ ମାର୍ଗରେ ମାର୍ଗୀହୋଇ ଦେଶ ଗଠନରେ ସମସ୍ତେ ବର୍ତ୍ତୀ ହେବା। ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୋଦିନୀ ବେହେରା, ସ୍କୁଲ ପରିଚାଳନା ସଭାପତି ଅଶୋକ କୁମାର ମଲ୍ଲିକ, ସମାଜସେବୀ ଜଗବନ୍ଧୁ ମଲ୍ଲିକ, ଅନିଲ କୁମାର ମଲ୍ଲିକ ଉପସ୍ଥିତ ଥିଲେ।ଆଠଗଡ ଓକିଲ ସଂଘର ପୂର୍ବତନ ସଭାପତି ଜଗଦାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ଜୀବନ ସଂଘର୍ଷ ସମ୍ପାଦକ ସମୀର ପରିଡା, କମ୍ଭୁନାଥ ସ୍ୱାଇଁ, ତ୍ରିନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.