ମାଲକାନଗିରି ଜିଲ୍ଲା ସହିଦ ନରସିଂ ଡ଼ମ ସମାଜ ତରଫରୁ ଜିଲ୍ଲାସ୍ତରୀୟ ଦିଆଲି ପରବ ଭେଟ୍ ଘାଟ୍ ଓ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ

ମାଲକାନଗିରି, ୦୭ /୦୧/୨୫: ମାଲକାନଗିରି ଜିଲ୍ଲା ସହିଦ ନରସିଂ ଡ଼ମ ସମାଜ ତରଫରୁ ସହିଦ ନରସିଂ ଡମ୍ ସମାଜ ଜିଲ୍ଲା ସଭାପତି ଶ୍ରୀ ବଳରାମ ଅନଗୁଳିଆଙ୍କ ନେତୃତ୍ୱରେ ଆଜି ଜିଲ୍ଲାସ୍ତରୀୟ ଦିଆଲି ପରବ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହିତ ପାଳନ କରାଯାଇଛି ।
ପ୍ରକୃତିକୁ ଉପାସନା କରିବା ଉଦ୍ଦେଶ୍ୟରେ ଡମ୍ ସମାଜ ଧରମଦିଆଲି ପର୍ବପାଳଣ କରିଆସୁଛି ଏଥି ନିମନ୍ତେ ସହିତ ନରସିଂ ଡମ୍ ସମାଜ ତରଫରୁ ସର୍ବସହମତୀ କ୍ରର୍ମେ ଦିଆଲି ପରବ ଭେଟ୍ ପାଟ୍ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଡମ୍ ଜାତିର ସାମ୍ବିଧାନିକ ହକ୍ ଅଧୁକାର ସାବ୍ୟସ୍ତକରିବା ନିମନ୍ତେ ୫ ଦଫା ଦାବି ଗଣତାନ୍ତ୍ରୀକ ପଦ୍ଧତିରେ ଉପସ୍ଥାପନ କରିବା ନିମନ୍ତେ ସମସ୍ତ ତମ୍ ଭାଇ ଓ ଭଉଣୀମାନଙ୍କୁ ପାରମ୍ପାରିକ ବେଶ ପୋଷାକରେ ପ୍ରତ୍ୟେକ୍ଷ ଭାବରେ ଶସରିରରେ ଉପସ୍ଥିତ ରହି ମାଲକାନଗିରି ସହର ବସ ଷ୍ଟାଣ୍ଡ ଠାରୁ ଏକ ବିରାଟ୍ ରାଲିରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚି ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୁପତି ମୂର୍ମୁଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ କରାଗଲା । ଉକ୍ତ ଦାବି ପତ୍ର ମଧ୍ୟରେ ଚିଠି ନଂ – ୧୮/୦୧/୨୦୧୭ ‘ଉକ୍ଟକ୍ଟକ୍ରୟ’ ଭାରତ ସରକାରଙ୍କର ଅନୁଯାୟୀ ଆଦିବାସୀ ମାନ୍ୟତା ପ୍ରଦାନ ନିମନ୍ତେ ନୂତନ ମାର୍ଗଦର୍ଶିକା ଅନୁଯାୟୀ ମୂଳନିବାସୀ ଡମ୍ ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଉ ।

ଜିଲ୍ଲାର ୭ ଗୋଟି ବ୍ଳକ୍, ଗୋଟିଏ ମୁନିସିପାଲଟି, ଗୋଟିଏ ଏନ୍.ଏ.ସି ରେ ବସବାସ କରୁଥିବା ଭୂମିହିନ ମାନଙ୍କୁ ଓଡିଶା ଭୁ ସଂସ୍କାର ଆଇନ୍ ଅନୁଯାୟୀ ସ୍ଥାୟୀ ଭାବରେ ଥଇଥାନ କରାଯାଉ। ଜିଲ୍ଲାରେ ବସବାସ କରୁଥିବା ସମସ୍ତ ମୂଳନିବାସୀ ଶିକ୍ଷିତ ଡମ୍ ଯୁବକ ଓ ଯୁବତୀଙ୍କୁ ଯୋଗ୍ୟତା ଅନୁଯାୟୀ ସ୍ୱତନ୍ତ୍ର ସଂଗ୍ରକ୍ଷଣ ପ୍ରଦାନ କରାଯାଉ। ୨୦୦୬ ଜଙ୍ଗଲ ଜମୀ ଆଇନ ଅନୁଯାୟୀ ମୂଳନିବାସି ଡମ୍ ମାନଙ୍କୁ ଗୋଷ୍ଠିଗତ ଏବଂ ବ୍ୟକ୍ତିଗତ ଅଧିକାର ନିମନ୍ତେ ପଟ୍ଟା ପ୍ରଦାନ କରାଯାଉ । ଧର୍ମ ନିର୍ବିଶେସରେ ମୂଳନିବାସୀ ଡମ୍ ମାନଙ୍କର ଜାତୀ ଲିଭିକ ଜନଗଣନା କରାଯାଉ ।

ଆଗାମୀ ପିଢି ନିମନ୍ତେ ସାମାଜିକ, ଆର୍ଥିକ, ଶିକ୍ଷା ଏବଂ ରାଜନୈତିକ ସମାନତା ଅଧୁକାର ନିମନ୍ତେ ବୈପ୍ଲବିକ ଅଭିଯାନରେ ଡମ୍ ସମାଜ ପ୍ରତି ଉତ୍ସର୍ଗିକୃତ ମନଭାବରେ ସାମିଲ ହୋଇ ଦାବୀ ହାସଲ୍ କରିବା ନିମନ୍ତେ ଆଜି ମାଲକାନଗିରି ଜିଲ୍ଲା ସହିଦ ନରସିଂ ଡ଼ମ ସମାଜ ତରଫରୁ ଜିଲ୍ଲା ସ୍ତରୀୟ ଦିଆଲି ପରବ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହିତ ପାଳନ କରିଥିବା ବେଳେ ମାଲକାନଗିରି ସଦର ଡି ଏନ୍ କେ ଖେଳ ପଡିଆ ଠାରେ ସଭା କାର୍ଯ୍ୟ ସହ ଡମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମସ୍ତ ଡମ୍ ଵୀର ମାନଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ଆଜିର ଡମ୍ ସମାଜ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କୋଟପାଡ଼ ଜିଲ୍ଲାର ରଞ୍ଜନ ମଇରିଆ ଯୋଗ ଦେଇ ଥିବା ବେଳେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ସମ୍ପାଦକ ତୁଳସୀରାମ ଦଳେଇ ,ଉପଦେଷ୍ଟା ସନ୍ତୋଷ ନାଗ ,ରାଜେନ୍ଦ୍ର କୂଳଦୀପ , ମଦନ ଖସଲା ,ପର୍ଶୁରାମ ଭକ୍ତ ,ଡମ୍ବରୁ ବାଘ ,ମଙ୍ଗଳା ପାଙ୍ଗି, କଣ୍ଟେଶ ପୋଟଲା , ବସନ୍ତ ନାୟକ , ଜିଲ୍ଲା ଯୁବ ସଂପାଦକ ରାଜେନ୍ଦ୍ର ହିଆଲଙ୍କ ସହ ଜିଲ୍ଲା ସହିଦ ନରସିଂ ଡମ୍ ସମାଜର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.