କାନ୍ଥ ଭାଙ୍ଗି ମୋବାଇଲ ଦୋକାନରୁ କୋଟିଏରୁ ଉର୍ଦ୍ଧ ଟଙ୍କାର ମୋବାଇଲ ଫୋନ ଲୁଟି ନେଲେ ଦୁର୍ବୃତ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁ ଠାରୁ ବଡ ମୋବାଇଲ ଦୋକାନ ଓମ ମୋବାଇଲ କେୟାର ଭିତରୁ ପ୍ରାୟ ଦେଢ କୋଟି ଟଙ୍କାର ନାମୀ ଦାମୀ ମୋବାଇଲ ଚୋରି କରିନେଇଛି ଚୋର । ସିସିଟିଭି କ୍ୟାମେରାରେ ଚୋରି କରିବାର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି ।

ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗିବା ପରେ ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଆଇଫୋନ, ସାମସଙ୍ଗ ଓ ଓପୋ ଭିଭୋ କମ୍ପାନୀର ଦାମୀ ଦାମୀ ମୋବାଇଲ ଚୋରି କରି ନେଇଛି । ହେଲେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବି ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଯାଇଥିବା ବେଳେ ଅନ୍ୟ ସବୁ ମୋବାଇଲ ଦୋକାନ ସାମନାରେ ଥିବା ଏକ ଛୋଟିଆ ଜଙ୍ଗଲ ଭିତରେ ନେଇ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇ ଯାଇଛି । ଏହି ସବୁ ପ୍ୟାକେଟ ଜବତ କରି ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.