ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ।
ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍ ଛାଉଣିରେ ପରିଣତ ହୋଇଛି ରାଜଧାନୀ। ରାଜଧାନୀ ଏବେ ଅଭେଦ୍ୟ ଦୁର୍ଗ ପାଲଟିଥିବା ବେଳେ ରସୁଲଗଡ଼- ବାଣୀବିହାର ଜାତୀୟ ରାଜପଥରେ ସକାଳୁ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଚଳନ୍ତା ବାଇକ୍ରେ ଯାଉଥିବା ଜଣେ ଯୁବକଙ୍କ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଫଳରେ ରାଜପଥ ଉପରେ ପଡ଼ିଛି ମୁଣ୍ଡବିହୀନ ମୃତଦେହ।
ଏପରି ଏକ ଚାଞ୍ଚଲ୍ୟକର ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ରାଜଧାନୀବାସୀ। ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।
ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ। ଫଳରେ ତାଙ୍କ ବେକ ମୁଣ୍ଡରୁ ଅଲଗା ହୋଇ ତଳେ ପଡ଼ି ଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଯୁବକଙ୍କ ବେକ ଓ ଗୋଡ଼ରେ ବି ଗଭୀର ଆଘାତ ଲାଗିଛି।
ଏକ ମୁଣ୍ଡବିହିନୀ ମୃତଦେହ ରାଜପଥରେ ପଡ଼ିଥିବା ଖବରପାଇ ମଞ୍ଚେଶ୍ୱର ଓ ଶହୀଦ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ଜଣଙ୍କ ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ସହଦେଵ ନାୟକ ବୋଲି ଜଣାପଡିଛି। ସେ ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ। ପୁଲିସ୍ ଘଟଣାସ୍ଥଳରୁ ମୃତଦେହ ଓ ଗାଡ଼ି ଜବତ କରିଛି। ସାଇଣ୍ଟି‘ଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଭୁବନେଶ୍ୱରରେ ଆଜିଠୁ ପ୍ରବାସ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିନିମନ୍ତେ ରାଜଧାନୀରେ ଭିଭିଆଇଙ୍କ ଭିଡ଼ ଜମିଲାଣି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ । ଏହା ପୂର୍ବରୁ ରାଜଧାନୀକୁ ସୁରକ୍ଷା ଛାଉଣିରେ ପରିଣତ କରାଯାଇଛି। ଭୁବନେଶ୍ୱରରେ ୮୦ ପ୍ଲାଟୁନ ଫୋର୍ସ ସହ ୧୧ କମ୍ପାନୀ କେନ୍ଦ୍ରୀୟ ପୁଲିସ୍ ବାହିନୀ ମୁତୟନ ହୋଇଛନ୍ତି। ଏହାସତ୍ତ୍ୱେ ରାଜଧାନୀ ରାଜରାସ୍ତାରେ ସକାଳୁ ସକାଳୁ କିପରି ଏପରି ଏକ ସାଂଘାତିକ କାଣ୍ଡ ଘଟିଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ।